ମିଳିମିଳା ଟୀକା ନେଇ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଳିମିଳା ପ୍ରତିଷେଧକ ନେଇ ଅସୁସ୍ଥ ହେଲେ ୨୦ରୁ ଅଧିକ ଶିଶୁ। ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଟୀକା ନେଇଥିବା ୧୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇ ସ୍ଥାନୀୟ ବରମପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୀଳଗିରି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ କମର୍ଧାରେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ନର୍ଲା ମେଡିକାଲରେ ଭର୍ତ୍ତି […]

20 child admit in medical

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଳିମିଳା ପ୍ରତିଷେଧକ ନେଇ ଅସୁସ୍ଥ ହେଲେ ୨୦ରୁ ଅଧିକ ଶିଶୁ। ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଟୀକା ନେଇଥିବା ୧୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇ ସ୍ଥାନୀୟ ବରମପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୀଳଗିରି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ କମର୍ଧାରେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ନର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆରେ ମଧ୍ୟ ମିଳିମିଳା ପ୍ରତିଷେଧକ ଟୀକା ନେଇ ୪ ଜଣ ଅସୁସ୍ଥ ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ଟୀକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Related story