ପାହାଡ଼ ଧସି ଭାଙ୍ଗିଲା ୨୦ ଘର
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲିଠାରୁ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ତେବେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ପାହାଡ଼ ଧସିବାରୁ ୨୦ ଘର ଭାଙ୍ଗି ଯାଇଛି। ଏଥିସହ ୬୦ରୁ ଊର୍ଦ୍ଧ୍ୱ ଘର ଆଂଶିକ ନଷ୍ଟ ହୋଇଯାଇଛି। ଘର ଭାଙ୍ଗିବା ଯୋଗୁ ଲୋକେ ନିରାଶ୍ରୟ ହୋଇ ପଡ଼ିଛନ୍ତି। ବର୍ଷାରେ ସେମାନେ ପିଲାଛୁଆ ସହ ବାହାରେ ଭିଜିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ପାହାଡ଼ ଧସିବା ଖବର ପାଇ ଗୁମ୍ମା ବିଡିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲିଠାରୁ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ତେବେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ପାହାଡ଼ ଧସିବାରୁ ୨୦ ଘର ଭାଙ୍ଗି ଯାଇଛି। ଏଥିସହ ୬୦ରୁ ଊର୍ଦ୍ଧ୍ୱ ଘର ଆଂଶିକ ନଷ୍ଟ ହୋଇଯାଇଛି। ଘର ଭାଙ୍ଗିବା ଯୋଗୁ ଲୋକେ ନିରାଶ୍ରୟ ହୋଇ ପଡ଼ିଛନ୍ତି। ବର୍ଷାରେ ସେମାନେ ପିଲାଛୁଆ ସହ ବାହାରେ ଭିଜିବାକୁ ବାଧ୍ୟ ହେଉଛନ୍ତି।
ଅନ୍ୟପକ୍ଷରେ ପାହାଡ଼ ଧସିବା ଖବର ପାଇ ଗୁମ୍ମା ବିଡିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି।