ଗ୍ରାହକ ସାଜି ବ୍ୟାଙ୍କରେ ପଶିଲେ, ୨୦ ଲକ୍ଷ ଲୁଟି ନେଲେ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି।  ବନ୍ଧୁକ ମୁନରେ ବ୍ୟାଙ୍କରୁ ପ୍ରାୟ ୨୦ ଲକ୍ଷ ଲୁଟିନେଲେ ୬ ଜଣ ଦୁର୍ବୃତ୍ତ। ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ୬ ଜଣ ଯୁବକ ବ୍ୟାଙ୍କ ମଧ୍ୟକୁ ଗ୍ରାହକ ସାଜି ପଶିଥିଲେ।  ଏହାପରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଲୁଟି ନେଲେ। ଏହାପରେ ଆଖି ପିଛୁଳାକେ […]

loot-2

Niharika Rout
  • Published: Tuesday, 13 October 2020
  • , Updated: 13 October 2020, 02:41 PM IST

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି।  ବନ୍ଧୁକ ମୁନରେ ବ୍ୟାଙ୍କରୁ ପ୍ରାୟ ୨୦ ଲକ୍ଷ ଲୁଟିନେଲେ ୬ ଜଣ ଦୁର୍ବୃତ୍ତ।

ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ୬ ଜଣ ଯୁବକ ବ୍ୟାଙ୍କ ମଧ୍ୟକୁ ଗ୍ରାହକ ସାଜି ପଶିଥିଲେ।  ଏହାପରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଲୁଟି ନେଲେ। ଏହାପରେ ଆଖି ପିଛୁଳାକେ ୨ଟି ବାଇକରେ ଚମ୍ପଟ୍ ମାରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ ବି ଲୁଟ୍‌ ସର୍ମ୍ପରେ କିଛି ସୁରାକ ପାଇପାରି ନାହିଁ।

ସୂଚନାଯୋଗ୍ୟ, ଭୋଗରାଇରୁ ୫ କିମି, ଦୂରରେ ପଶ୍ଚିମବଙ୍ଗ ବର୍ଡର ଥିବାରୁ ଲୁଟେରାମାନେ ଖସି ସୀମା ଅତିକ୍ରମ କରିଦେଇଥିବା ଅନୁମାନ କରାଯାଉଛି। ଏହା ପଛରେ ଆନ୍ତରାଜ୍ୟ ରାକେଟ ଥିବା ଅନୁମାନ କରାଯାଉଛି।

Related story