୨୦୨୦ ସୁଦ୍ଧା ରାଜ୍ୟର ସବୁ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୦ ସୁଦ୍ଧା ରାଜ୍ୟର ସବୁ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱରରେ ନଗର ଉନ୍ନୟe  ବିଭାଗ ପକ୍ଷରୁ ଆୟୋଜିତ ‘୨୦୨୦ ସୁଦ୍ଧା ସମସସ୍ତ ପାଇଁ ପାନୀୟ ଜଳ ଯୋଗାଣ’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦିନକୁ ଜଣକ ପିଛା ସର୍ବନିମ୍ନ ୭୦ ଲିଟର ଜଳ […]

water

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 05:32 PM IST

ଭୁବନେଶ୍ୱର: ୨୦୨୦ ସୁଦ୍ଧା ରାଜ୍ୟର ସବୁ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱରରେ ନଗର ଉନ୍ନୟe  ବିଭାଗ ପକ୍ଷରୁ ଆୟୋଜିତ ‘୨୦୨୦ ସୁଦ୍ଧା ସମସସ୍ତ ପାଇଁ ପାନୀୟ ଜଳ ଯୋଗାଣ’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦିନକୁ ଜଣକ ପିଛା ସର୍ବନିମ୍ନ ୭୦ ଲିଟର ଜଳ ଯୋଗାଇବା ଲାଗି ୪ ହଜାର ୩୮୦ କୋଟି ଟଙ୍କାର ଏକ ଯୋଜନା କରାଯାଇଛି। ୨୦୧୫-୧୬ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନଗର ଜଳ ଯୋଗାଣ କାର୍ଯ୍ୟ ଏବଂ ପରିମଳ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ମୋଟ ୧୧୦୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୬୦୦ଟି ଡିଫ୍ଲୋରାଇଡେସନ ପ୍ଲାଣ୍ଟ ନିର୍ମାଣ କରାଯାଇଛି।”

Related story