ଭୁବନେଶ୍ୱର ଏମ୍‌ସର ବିରଳ ଅସ୍ତ୍ରୋପଚାର, ଶିଶୁକନ୍ୟାର ସଫଳ ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇକ୍‌ମୋ ଚିକିତ୍ସାରେ ୨୨ ମାସ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଭୁବନେଶ୍ୱର ଏମ୍‌ସରେ ଏପରି ବିରଳ ଅସ୍ତ୍ରୋପଚାର ହୋଇଛି। ଫଳରେ ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛି ୨୨ ମାସର କୁନି ଝିଅ। ଢେଙ୍କାନାଳର ଏହି ଶିଶୁଟି ପ୍ରଥମେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲା। ହେଲେ ହଠାତ୍‌ ତାକୁ ଜ୍ୱର ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏଥିପାଇଁ ଶିଶୁକୁ ଭୁବନେଶ୍ୱର ଓ […]

AIIMS

Manoranjan Sial
  • Published: Saturday, 18 September 2021
  • , Updated: 18 September 2021, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇକ୍‌ମୋ ଚିକିତ୍ସାରେ ୨୨ ମାସ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଭୁବନେଶ୍ୱର ଏମ୍‌ସରେ ଏପରି ବିରଳ ଅସ୍ତ୍ରୋପଚାର ହୋଇଛି। ଫଳରେ ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛି ୨୨ ମାସର କୁନି ଝିଅ।

ଢେଙ୍କାନାଳର ଏହି ଶିଶୁଟି ପ୍ରଥମେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲା। ହେଲେ ହଠାତ୍‌ ତାକୁ ଜ୍ୱର ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏଥିପାଇଁ ଶିଶୁକୁ ଭୁବନେଶ୍ୱର ଓ କଟକର ଏକାଧିକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିନଥିଲା। ଶେଷରେ ତାକୁ ଏମ୍‌ସରେ ଭର୍ତ୍ତି କରିଥିଲେ ପରିବାର ଲୋକ। ତାକୁ ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ଅକ୍ସିଜେନ ସପୋର୍ଟ ଦିଆଯାଇଥିଲା।

କୁନି ଝିଅର ଫୁସ୍‌ଫୁସ୍‌ରେ ଗଭୀର ସଂକ୍ରମଣ ହୋଇଥିବା ସନ୍ଦେହ କରି ଏମ୍‌ସର ବିଶେଷଜ୍ଞ ଡାକ୍ତର କମିଟି ଇକ୍‌ମୋ ଚିକିତ୍ସା କରାଇଥିଲେ। ଗତ ଅଗଷ୍ଟ ୩୦ ତାରିଖରେ ଏଭଳି ଇକ୍‌ମୋ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ପୁଣିଥରେ ସେପ୍ଟେମ୍ବର ୧୩ ତାରିଖରେ ଦ୍ୱିତୀୟ ଥର ପାଇଁ ଶିଶୁଟିକୁ ଇକ୍‌ମୋ ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛି।

ଏଭଳି ବିରଳ ରୋଗର ସଫଳ ଚିକିତ୍ସା କରିବାରେ ଏହି ୨୨ ମାସ ଶିଶୁ ହେଉଛି ଦେଶରେ ସର୍ବକନିଷ୍ଠ।

Related story