୨୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ଯୋଗୁ ପ୍ରଭାବିତ ଶିଳ୍ପ କ୍ଷେତ୍ର ଓ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଓଭରଟାଇମ୍ ଅବଧିକୁ ୧୧୫ ଘଣ୍ଟାକୁ ବୃଦ୍ଧି କରିବା ସହ ଅର୍ଜିତ ଛୁଟି ଉପଲବ୍ଧ ସୀମାର ୨୪୦ ପାରିଶ୍ରମିକ ଦିବସରୁ ୧୮୦ ଦିବସକୁ ହ୍ରାସ କରିଛନ୍ତି। ଏଥିପାଇଁ ଅଧ୍ୟାଦେଶ ବଳରେ ପ୍ରଚଳିତ କାରଖାନା ଆଇନ-୧୯୪୮ରେ କେତେକ ସଂଶୋଧନ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ ସମେତ ମୋଟ […]

asit

Manoranjan Sial
  • Published: Friday, 29 May 2020
  • , Updated: 29 May 2020, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ଯୋଗୁ ପ୍ରଭାବିତ ଶିଳ୍ପ କ୍ଷେତ୍ର ଓ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଓଭରଟାଇମ୍ ଅବଧିକୁ ୧୧୫ ଘଣ୍ଟାକୁ ବୃଦ୍ଧି କରିବା ସହ ଅର୍ଜିତ ଛୁଟି ଉପଲବ୍ଧ ସୀମାର ୨୪୦ ପାରିଶ୍ରମିକ ଦିବସରୁ ୧୮୦ ଦିବସକୁ ହ୍ରାସ କରିଛନ୍ତି। ଏଥିପାଇଁ ଅଧ୍ୟାଦେଶ ବଳରେ ପ୍ରଚଳିତ କାରଖାନା ଆଇନ-୧୯୪୮ରେ କେତେକ ସଂଶୋଧନ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ ସମେତ ମୋଟ ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ହୋଟେଲ ଓ ରେଷ୍ଟୁରାଣ୍ଟ ସମେତ ସମସ୍ତ ପର୍ଯ୍ୟଟନ ପ୍ରକଳ୍ପ ଏଣିକି ଜିଲ୍ଲାପାଳଙ୍କ ପରିବର୍ତ୍ତେ ଇଡକୋରୁ ଜମି ପାଇବେ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୧୬କୁ ସଂଶୋଧନ କରାଯାଇଛି। ସମବାୟ ବିଭାଗ ପକ୍ଷରୁ ଜାରି ଦୁଇଟି ଅଧ୍ୟାଦେଶକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ରାଜ୍ୟରେ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଧାମରା ଓ ଢେଙ୍କାନାଳରେ ୨ଟି ଶିଳ୍ପ ପାର୍କ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହଜାରେ ଏକର ଲେଖାଏଁ ଜମିରେ ସ୍ଥାପନ ହେବାକୁ ଥିବା ଏହି ଦୁଇଟି ପାର୍କରେ ୬ରୁ ୭ହଜାର କୋଟି ଟଙ୍କା ଲେଖାଏଁ ପୁଞ୍ଜିନିବେଶ ହେବ। ଧାମରାରେ ୨୦ହଜାର ଓ ଢେଙ୍କାନାଳରେ ୧୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କୃଷି କ୍ଷେତ୍ର ପରେ ଅଧିକ ନିଯୁକ୍ତି ସୁଯୋଗ ଏମଏସଏମଇ କ୍ଷେତ୍ରରେ ସୃଷ୍ଟି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଓଏଏସ୍ ପଦବୀ(ଜୁନିୟର)କୁ ୯୯୬ରୁ ୧୧୮୮କୁ ବୃଦ୍ଧି କରାଯାଇଛି। ଆସ୍କା ଚିନିକଳକୁ ୧୫କୋଟିର ସରକାରୀ ଗ୍ୟାରେଣ୍ଟି ଦେବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।
କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ଟଙ୍କା ଭଡ଼ାରେ ଜମି ଯୋଗାଇ ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଶକ୍ତି ବିଭାଗ ଅଧୀନକୁ ‘ଓରେଡ଼ା’ ଆସିବ ଓ ଏଥିପାଇଁ ସୋସାଇଟି ଆକ୍ଟରେ ପରିବର୍ତ୍ତନ କରାଯାଇଛି। ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନକୁ ଅନୁମୋଦନ କରାଯାଇଛି। ଇ-ମାର୍କେଟ୍ ଜରିଆରେ ଉତ୍ପାଦନକୁ ଚାଷୀ ବିକି ପାରିବେ। ସେହିପରି ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ମିଳିବ। ଏଥିପାଇଁ କ୍ୟାବିନେଟ ଅନୁମତି ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ ବୃଦ୍ଧି ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

Related story