ଟ୍ୱିନ୍‌ସିଟି ବାସୀଙ୍କୁ ଚେତାବନୀ ଦେଲେ ପୁଲିସ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଚାଲିଥିବା କରୋନା ସ୍ଥିତିକୁ ଦେଇ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ସମେତ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରିଛନ୍ତି। ଆଜି ରାତି ୯ଟାରୁ କଟକ-ଭୁବନେଶ୍ୱର ସହ ୨୦ ଜିଲ୍ଲାର ସହରାଞ୍ଚଳରେ କର୍ଫ୍ୟୁ ଲାଗୁ ହେବ। କଟକ-ଭୁବନେଶ୍ୱରର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନାଇଟ୍‌ କର୍ଫ୍ୟୁ ସହ ୧୪୪ ଧାରା ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟଷ୍ଠାନ […]

Twin-City-Police-Commission

Manoranjan Sial
  • Published: Saturday, 17 April 2021
  • , Updated: 17 April 2021, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଚାଲିଥିବା କରୋନା ସ୍ଥିତିକୁ ଦେଇ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ସମେତ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରିଛନ୍ତି। ଆଜି ରାତି ୯ଟାରୁ କଟକ-ଭୁବନେଶ୍ୱର ସହ ୨୦ ଜିଲ୍ଲାର ସହରାଞ୍ଚଳରେ କର୍ଫ୍ୟୁ ଲାଗୁ ହେବ। କଟକ-ଭୁବନେଶ୍ୱରର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନାଇଟ୍‌ କର୍ଫ୍ୟୁ ସହ ୧୪୪ ଧାରା ଜାରି କରିଛନ୍ତି ରାଜ୍ୟ ସରକାର।

ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟଷ୍ଠାନ ହେବ। କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ପୁଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୦ ପ୍ଲାଟୁନ ଫୋର୍ସ ଓ ୬୦ ଅଫିସର ମୁତୟନ ହେବେ। ଭୁବନେଶ୍ୱରରେ ୨୫ଟି ଜାଗାରେ କଟକଣା ପଏଣ୍ଟ କରାଯିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସ ଦରକାର ନାହିଁ। ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। କାମ ନଥାଇ ଅଯଥା ବାହାରକୁ ବାହାରିବାକୁ ମନା କଲେ ପୁଲିସ କମିଶନର। ଅମାନିଆ ହେଲେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନର କହିଛନ୍ତି।

ସୂଚନାରୁ ପ୍ରକାଶ, ରାଜ୍ୟରେ ମହାମାରୀ କରୋନା ତୀବ୍ର ବେଗରେ ବ୍ୟାପି ଚାଲିଛି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ରାଜ୍ୟ ସରକାର। ପଶ୍ଚିମ ଓଡ଼ିଶାରେ ସ୍ଥିତି ସାଙ୍ଘାତିକ ହୋଇଥିବାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ୧୦ ଜିଲ୍ଲାରେ ପ୍ରଥମେ କର୍ଫ୍ୟୁ ଜାରି କରାଯାଇଥିଲା। ଏହାଛଡ଼ା ଏହି ୧୦ ଜିଲ୍ଲାର ସହରାଞ୍ଚଳକୁ ସପ୍ତାହକୁ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ଶଟ୍‌ଡାଉନ୍‌ କରାଯାଇଛି। ସେହିପରି ଅନ୍ୟ ୨୦ ଜିଲ୍ଲାର କେବଳ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଆଜି ରାତି ୯ଟାରୁ ଆରମ୍ଭ ହେଉଛି। ଏଥିରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି।

Related story