୨୫ରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବେ କଲେଜ ଶିକ୍ଷକ ସଂଘ

ଯାଜପୁର:ବିଭିନ୍ନ ଦାବି ନେଇ ଆସନ୍ତା ୨୫ ତାରିଖରେ ବିଧାନସଭା ସମୁଖରେ ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି ୪୮୮ ବର୍ଗ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ। ରବିବାର ଯାଜପୁର ଜିଲ୍ଳା ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ୪୮୮ବର୍ଗ ଅନୁଦାନପ୍ରାପ୍ତ ବ୍ଳକ ଗ୍ରାଣ୍ଟ ଅଧ୍ୟାପକ କର୍ମଚାରୀ ସମନ୍ୱୟ ଓ ସଂଘର୍ଷ ସମିତିର ରାଜ୍ୟସ୍ତରୀୟ ମିଳିତ ବୌଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୌଠକରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ବହୁ କର୍ମକର୍ତ୍ତା ଓ […]

collage sangha ra bandh

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 05:35 AM IST

ଯାଜପୁର:ବିଭିନ୍ନ ଦାବି ନେଇ ଆସନ୍ତା ୨୫ ତାରିଖରେ ବିଧାନସଭା ସମୁଖରେ ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି ୪୮୮ ବର୍ଗ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ। ରବିବାର ଯାଜପୁର ଜିଲ୍ଳା ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ୪୮୮ବର୍ଗ ଅନୁଦାନପ୍ରାପ୍ତ ବ୍ଳକ ଗ୍ରାଣ୍ଟ ଅଧ୍ୟାପକ କର୍ମଚାରୀ ସମନ୍ୱୟ ଓ ସଂଘର୍ଷ ସମିତିର ରାଜ୍ୟସ୍ତରୀୟ ମିଳିତ ବୌଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୌଠକରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ବହୁ କର୍ମକର୍ତ୍ତା ଓ ଅଧ୍ୟାପକ ଯୋଗଦେଇ ରାଜ୍ୟ ସରକାରଙ୍କ ବ୍ଳକ ଗ୍ରାଣ୍ଟ ନୀତିକୁ ସମାଲୋଚନା କରିବା ସହ ଆଗାମୀ ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ କରାଯିବାକୁ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାର ଯଦି ଏ କଥାକୁ ବିଚାର ନ କରନ୍ତି ତେବେ ତେବେ ୨୫ ତାରିଖ ପରେ ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ କଲେଜକୁ ବନ୍ଦ କରିଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବୌଠକରେ ରାଜ୍ୟ ସମନ୍ୱୟ ସମିତିର ସଭାପତି ରାଧେଶ୍ୟାମ ପଲେଇ, ଉପ-ସଭାପତି ପବିତ୍ର ମାହାଲା, ସଂଘର୍ଷ ସମିତିର ସଂପାଦକ ଅକ୍ଷୟ କୁମାର ନାୟକ, ଡକ୍ଟର ଅଟଳ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related story