ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଜାଳିଦେଲେ!

ଅନୁଗୋଳ (ବିରଜା ଦାସ): ଯୁବକଙ୍କୁ ବାନ୍ଧି ଜାଳିଦେଲେ ପରିବାର ଲୋକ! ଆଜି ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ ରାଜକିଶୋର ପ୍ରଧାନ(୨୫)ଙ୍କୁ ତାଙ୍କ ସମ୍ପର୍କୀୟମାନେ ପୋଡି ମରିଦେଇଥିବା ଅଭିଯୋଗ ହୋଇଛି। ରାଜକିଶୋରଙ୍କୁ ତାଙ୍କ ସମ୍ପର୍କୀୟମାନେ ପ୍ରଥମେ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ସେହି ନିଆଁରେ ପୋଡ଼ିହୋଇ […]

angul

Manoranjan Sial
  • Published: Tuesday, 12 January 2021
  • , Updated: 12 January 2021, 08:07 PM IST

ଅନୁଗୋଳ (ବିରଜା ଦାସ): ଯୁବକଙ୍କୁ ବାନ୍ଧି ଜାଳିଦେଲେ ପରିବାର ଲୋକ! ଆଜି ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ ରାଜକିଶୋର ପ୍ରଧାନ(୨୫)ଙ୍କୁ ତାଙ୍କ ସମ୍ପର୍କୀୟମାନେ ପୋଡି ମରିଦେଇଥିବା ଅଭିଯୋଗ ହୋଇଛି। ରାଜକିଶୋରଙ୍କୁ ତାଙ୍କ ସମ୍ପର୍କୀୟମାନେ ପ୍ରଥମେ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ସେହି ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି ରାଜ କିଶୋର।

ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

Related story