୭୮୩ କ୍ୱିଣ୍ଟାଲ ବିସ୍ଫୋରକ ଲଗାଇ ଉଡ଼ାଇ ଦେଲେ ୨୫୬ ମିଟର ଉଚ୍ଚ ଚିମିଣି

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ବ୍ଲାଷ୍ଟିଂରେ ଭାଙ୍ଗିଲା ୨୫୬ ମିଟର ଓ ୫୦ ମିଟର ପ୍ରସ୍ତ ଥିବା ବିଶାଳକାୟ ଚିମିଣି। ପ୍ରାୟ ୭୮୩ କ୍ୱିଣ୍ଟାଲ ବିସ୍ଫୋରକ ବ୍ୟବହାର କରି ଏହି ଚିମିଣିକୁ ଭାଙ୍ଗି ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ନିକଟରେ ରହିଥିଲା ଏହି ଅବ୍ୟବହୃତ ବିଶାଳକାୟ ଚିମିଣି। ୨୦୧୦ ମସିହାରେ ଲାନକୋ କମ୍ପାନୀ ଦ୍ଵାରା ଏହି ଚିମିଣି ତିଆରି କରାଯାଇଥିଲା। କିନ୍ତୁ କମ୍ପାନୀ କାର୍ଯ୍ୟ ଆରମ୍ଭ କରି ପାରିନଥିବାରୁ ପରବର୍ତ୍ତୀ ସମୟରେ ଏହା ବିକ୍ରି […]

chimini

  • Published: Monday, 19 December 2022
  • , Updated: 19 December 2022, 01:51 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ବ୍ଲାଷ୍ଟିଂରେ ଭାଙ୍ଗିଲା ୨୫୬ ମିଟର ଓ ୫୦ ମିଟର ପ୍ରସ୍ତ ଥିବା ବିଶାଳକାୟ ଚିମିଣି। ପ୍ରାୟ ୭୮୩ କ୍ୱିଣ୍ଟାଲ ବିସ୍ଫୋରକ ବ୍ୟବହାର କରି ଏହି ଚିମିଣିକୁ ଭାଙ୍ଗି ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ନିକଟରେ ରହିଥିଲା ଏହି ଅବ୍ୟବହୃତ ବିଶାଳକାୟ ଚିମିଣି।

୨୦୧୦ ମସିହାରେ ଲାନକୋ କମ୍ପାନୀ ଦ୍ଵାରା ଏହି ଚିମିଣି ତିଆରି କରାଯାଇଥିଲା। କିନ୍ତୁ କମ୍ପାନୀ କାର୍ଯ୍ୟ ଆରମ୍ଭ କରି ପାରିନଥିବାରୁ ପରବର୍ତ୍ତୀ ସମୟରେ ଏହା ବିକ୍ରି ହୋଇଯାଇଛି। କମ୍ପାନୀ ବ୍ୟବହାରରେ ନ ଆସିବା ପରେ ଏହାକୁ ଭାଙ୍ଗି ଦିଆଯାଇଛି। ସେପଟେ ପୂରା ବିଶ୍ୱରେ ଏଭଳି ବିଶାଳ ଚିମିନ୍‌କୁ ଭାଙ୍ଗି ଦିଆଯିବା ପ୍ରଥମ ବୋଲି ଦିଲ୍ଲୀରୁ ଆସିଥିବା ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି।

ଏହି ଚିମିଣିକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଏହାକୁ କିଣିଥିବା ସାଫ୍ରୋନ ରିସୋର୍ସେସ କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା। ଏହା ଜାଣିବା ପରେ ଲୋକେ ବିପଦ ଆଶଙ୍କା କରି ବିରୋଧ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ପୂର୍ବରୁ ମଧ୍ୟ ଏହାକୁ ମାଟିର ମିଶାଇବା ପାଇଁ ଦୁଇ ଦୁଇ ଥର ଡିନାମାଇଟ ଲଗାଯାଇଥିଲା। ହେଲେ ବିଫଳ ହୋଇଥିଲେ ବିଶେଷଜ୍ଞ ଦଳ। ଆଜିର ପ୍ରୟାସରେ ଟିମ୍ ସଫଳ ହୋଇଛି।

ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ମୁତୟନ ତହସିଲଦାର ବାଣୀନିବେଦିତା ସାହୁ କହିଛନ୍ତି, ଏହି ଚିମିଣି ୨୮୫ ଫୁଟ ଇଚ୍ଚ ଥିଲା। ଏହାକୁ ଭାଙ୍ଗିବାକୁ ଗତ ଦୁଇଥର ହୋଇଥିବା ଉଦ୍ୟମରେ ପ୍ରାୟ ୩୦ ମିଟର ଭାଙ୍ଗି ଯାଇଥିଲା। ଭାଙ୍ଗିବା ପୂର୍ବରୁ ଗତକାଲି ଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

ବିଶେଷଜ୍ଞ ଦଳର ଆନନ୍ଦ ଶର୍ମା କହିଛନ୍ତି, ୨୫୬ ମିଟର ଏହି ଚିମିଣି ଯୋଜନା ମୁତାବକ ସ୍ଥାନୀୟ ଗ୍ରାମର ଅପରପାର୍ଶ୍ୱକୁ ଭାଙ୍ଗି ପଡ଼ିଛି। ୧୨ ଜଣିଆ ଟିମ୍ ସହ ସହଯୋଗୀ କର୍ମଚାରୀମାନେ ଏଥିରେ ଯୋଗଦେଇଥିଲେ। ଚିମିଣିର ଓଜନ ସଠିକ୍ ଅନୁମାନ ନ ଲଗାଇ ପାରିବା, ବିସ୍ଫୋରକ ପରିମାଣ ଓ ଏହାର ମାନ ଖରାପ ଯୋଗୁ ପୂର୍ବ ଦୁଇଥର ଏହାକୁ ଭାଙ୍ଗିବାକୁ ଉଦ୍ୟମ କରି ବିଶେଷଜ୍ଞ ଦଳ ଫେଲ ହୋଇଥିଲା। ତୃତୀୟ ଥରରେ ସଫଳତା ମିଳିଛି। ଲଗାଯାଇଥିବା ବିସ୍ଫୋରକ ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ।

ସେପଟେ ଏହି ଚିମିଣି ଭାଙ୍ଗିବା ପରେ ଭଗ୍ନାବଶେଷ ଏଠାରୁ ପ୍ରାୟ ୫୦୦ ମିଟର ଦୂର ପର୍ଯ୍ୟନ୍ତ ପଡ଼ିଥିଲା। ସୃଷ୍ଟି ହୋଇଥିବା ଆବର୍ଜନାକୁ ହଟାଇବା ନିମନ୍ତେ ପ୍ରାୟ ୧୦ଟି ଜେସିମ୍ ନିୟୋଜିତ ହୋଇଛନ୍ତି।

Related story