ସ୍କୁଲ ଖୋଲୁ ଖୋଲୁ ୨୬ ଶିକ୍ଷକ କରୋନାରେ ଆକ୍ରାନ୍ତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସ୍କୁଲ ପିଲାଙ୍କ ଖୁସିକୁ ଫିକା କରିଦେଲା କରୋନା। ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପରେ ଆସିଛି ଅଭାବନୀୟ ଖବର। ବିଦ୍ୟାଳୟ ଖୋଲିବାର ଦୁଇ ଦିନରେ ଦୁଇ ଜଣ ଛାତ୍ର ସହ ୨୬ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସର୍ବାଧିକ ମୋହନା ବ୍ଲକରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ପରୀକ୍ଷା କେନ୍ଦ୍ରରୁ ୧୦ଜଣ ଚିହ୍ନଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ […]

school

Tapas Behera
  • Published: Saturday, 09 January 2021
  • , Updated: 09 January 2021, 09:43 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସ୍କୁଲ ପିଲାଙ୍କ ଖୁସିକୁ ଫିକା କରିଦେଲା କରୋନା। ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପରେ ଆସିଛି ଅଭାବନୀୟ ଖବର। ବିଦ୍ୟାଳୟ ଖୋଲିବାର ଦୁଇ ଦିନରେ ଦୁଇ ଜଣ ଛାତ୍ର ସହ ୨୬ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସର୍ବାଧିକ ମୋହନା ବ୍ଲକରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ପରୀକ୍ଷା କେନ୍ଦ୍ରରୁ ୧୦ଜଣ ଚିହ୍ନଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ପାତ୍ର।

ସେ କହିଛନ୍ତି-“କରୋନାରେ ଆକ୍ରାନ୍ତ ହୋଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କଠାରେ କୌଣସି ଲକ୍ଷଣ ନାହିଁ। ତେବେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ସେମାନେ ସ୍କୁଲ ଆସିବେ ନାହିଁ। କ୍ୱାରେଣ୍ଟାଇନ୍‌ରେ ରହିବେ। ଆରୋଗ୍ୟ ହେଲା ପରେ ସ୍କୁଲ ଆସିବେ।”

ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇ ଥିଲା। ମୋଟ୍‌ ୩୧ କରୋନା ଆକ୍ରାନ୍ତଙ୍କ ଭିତରେ ଗତକାଲି ୧୭ ଓ ଆଜି ୧୪ ଜଣ ଅଛନ୍ତି। ଯାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସୂଚନା ଅନୁସାରେ କରୋନା ଭୟରେ ଦୀର୍ଘ ୯ ମାସ ଧରି ବନ୍ଦ ରହିଲା ଶିକ୍ଷାନୁଷ୍ଠାନ। କରୋନାର କୋପ କମିବା ପରେ ଗତକାଲି ସ୍କୁଲ ଖୋଲିଥିଲା। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ସ୍କୁଲ ଖୋଲିଥିଲା। ଏହା ସତ୍ତ୍ୱେ ଗଜପତି ଜିଲ୍ଲାରେ ୨୬ ଶିକ୍ଷକ କରୋନାରେ ଆକ୍ରାନ୍ତ ହେବା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି।

 

Related story