ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୩୦ ଜିଲ୍ଲାରୁ ୨୬୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୦୨୩ ଟି ହେଉଛି ଲୋକାଲ୍ କେସ୍।
ଗଞ୍ଜାମରେ ଏବେ ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଥିବା ବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେଲାଣି। ଆଜି ଖୋର୍ଦ୍ଧା ଜିଲ୍ଲାରେ ୪୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟରେ ସର୍ବାଧିକ ହୋଇଥିବା ବେଳେ ଏହା ପଛକୁ ରହିଛି କଟକ। ଏହି ଜିଲ୍ଲାରୁ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ତଳକୁ ଗଞ୍ଜାମ ଜିଲ୍ଲାରୁ ୧୬୨, ରାୟଗଡ଼ାରୁ ୧୫୪, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩, ନୟାଗଡ଼ରୁ ୯୪, ନବରଙ୍ଗପୁରରୁ ୯୧, କେନ୍ଦ୍ରାପଡ଼ାରୁ ୮୯, କନ୍ଧମାଳ ଜିଲ୍ଲାରୁ ୮୧, ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 20th August
New Positive Cases: 2698
In quarantine: 1675
Local contacts: 1023(Details of local contacts will be shared by concerned District Administration)
District Wise Cases
1. Angul: 29
2. Balasore: 102
3. Bargarh: 56
4. Bhadrak: 89
5. Balangir: 71— I & PR Department, Odisha (@IPR_Odisha) August 21, 2020
6. Boudh: 11
7. Cuttack: 207
8. Deogarh: 2
9. Dhenkanal: 27
10. Gajapati: 58
11. Ganjam: 162
12. Jagatsinghpur: 21
13. Jajpur: 80
14. Jharsuguda: 72
15. Kalahandi: 49
16. Kandhamal: 81
17. Kendrapada: 89
18. Keonjhar: 21
19. Khurda: 475
20. Koraput: 146
21. Malkangiri: 81— I & PR Department, Odisha (@IPR_Odisha) August 21, 2020
22. Mayurbhanj: 128
23. Nawarangpur: 91
24. Nayagarh: 94
25. Nuapada: 3
26. Puri: 87
27. Rayagada: 154
28. Sambalpur: 78
29. Sonepur: 31
30. Sundargarh: 103New Recoveries: 1641
Cumulative Tested: 11, 72, 426
Positive: 72718
Recovered: 48576
Active Cases: 23699— I & PR Department, Odisha (@IPR_Odisha) August 21, 2020
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ରେ ପହଞ୍ଚିଥିବା ବେଳେ ୪୮, ୫୭୬ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ୨୩,୬୯୯ ଆକ୍ଟିଭ କେସ୍ ରହିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ଗୋଟିଏ ଦିନରେ ସର୍ବାଧିକ କରୋନା ପରୀକ୍ଷା ହୋଇଛି। ଗତକାଲି ରାଜ୍ୟରେ ୫୬ ହଜାର ୪୭୯ କରୋନା ଟେଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି କରୋନା ପରୀକ୍ଷା କରାଯାଇଛି । RTPCRରେ ୧୧ ହଜାର ୩୫୮, ଆଣ୍ଟିଜେନ୍ରେ ୪୪ ହଜାର ୯୫୦ ଏବଂ ଟ୍ରୁନଟ୍ରେ ୧୭୧ ଜଣଙ୍କ ଟେଷ୍ଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।