୨୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ ଛକ ନିକଟରୁ ୨୭୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଓ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି- ମନ୍ମଥ ସ୍ୱାଇଁ ଓରଫ ବୁନା (୩୨) ଓ ପ୍ରମୋଦ କୁମାର ମଲ୍ଲିକ (୩୯)। ମନ୍ମଥର ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ପାଟ ସୁନ୍ଦରପୁରରେ। […]

Accused

Jitendra Garnayak
  • Published: Thursday, 04 November 2021
  • , Updated: 04 November 2021, 03:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ ଛକ ନିକଟରୁ ୨୭୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଓ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି।

ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି- ମନ୍ମଥ ସ୍ୱାଇଁ ଓରଫ ବୁନା (୩୨) ଓ ପ୍ରମୋଦ କୁମାର ମଲ୍ଲିକ (୩୯)। ମନ୍ମଥର ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ପାଟ ସୁନ୍ଦରପୁରରେ। ସେହିଭଳି ପ୍ରମୋଦର ଘର ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ନିଗମାନନ୍ଦ ନଗରରେ।

କୌଣସି ସୂତ୍ରରୁ ସୂଚନା ପାଇ କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟ୍‌) ଓ ମଞ୍ଚେଶ୍ୱର ଥାନା ପୁଲିସ୍‌ର ଏକ ଟିମ୍‌ ମିଳିତ ଭାବେ ହାଇଟେକ୍ ଛକ ନିକଟରେ ଚଢ଼ାଉ କରିଥିଲେ। ସେଠାରେ ସେମାନେ ମନ୍ମଥ ଓ ପ୍ରମୋଦଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୨୭୩ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ।

ଗତ ଅଗଷ୍ଟ ୧୫ ତାରିଖରୁ ଅପରେସନ୍ ହ୍ୱାଇଟ୍ ସ୍ପାଇଡର ଆରମ୍ଭ ହୋଇଥିବା ବେଳେ ଏଯାବତ୍ ୨ କେଜି ୨୨୩ ଗ୍ରାମ ବ୍ରାଉନ୍‌ସୁଗର ଜବତ କରାଯାଇଛି ଓ ୩୩ ଜଣଙ୍କୁ ଗିରଫ କରାଯାଇଛି। ତା’ସହିତ ୪ ଲକ୍ଷ ୮୧ ହଜାର ୨୭୦ ଟଙ୍କା ମଧ୍ୟ ଜବତ କରାଯାଇଛି। ବ୍ରାଉନ୍‌ସୁଗର କାରବାରକୁ ବନ୍ଦ କରିବା ପାଇଁ ଅପରେସନ୍ ହ୍ୱାଇଟ୍ ସ୍ପାଇଡର ଆରମ୍ଭ କରାଯାଇଛି।

Related story