ଅଗଷ୍ଟ ୧୫ରେ ରେକର୍ଡ଼ ଭାଙ୍ଗିଲା ରାଜଧାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଆଜି ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୧, ଲୋକାଲ୍ କେସ୍ ୯୬ଟି ରହିଛି। ଆଇଆରସି ଭିଲେଜ ଓ ସାମନ୍ତରାପୁରରୁ ୮ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାର ଓ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାରର ଏକ ସରକାରୀ ଅଫିସ୍‌ରେ ୬ ଜଣ ଷ୍ଟାଫ୍ ଆକ୍ରାନ୍ତ ହୋଇଛନ୍ତି।ସାଲିଆ ସାହିରୁ ପୁଣି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ […]

corona-121-1

Tapas Behera
  • Published: Saturday, 15 August 2020
  • , Updated: 15 August 2020, 05:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଆଜି ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୧, ଲୋକାଲ୍ କେସ୍ ୯୬ଟି ରହିଛି। ଆଇଆରସି ଭିଲେଜ ଓ ସାମନ୍ତରାପୁରରୁ ୮ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାର ଓ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆଚାର୍ଯ୍ୟ ବିହାରର ଏକ ସରକାରୀ ଅଫିସ୍‌ରେ ୬ ଜଣ ଷ୍ଟାଫ୍ ଆକ୍ରାନ୍ତ ହୋଇଛନ୍ତି।ସାଲିଆ ସାହିରୁ ପୁଣି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବରଗଡ଼ ବ୍ରିଟ୍ କଲୋନୀ ଓ ବିଡିଏ କଲୋନୀରୁ ୫ ଲେଖାଏଁ ଚିହ୍ନଟ ହୋଇଛନ୍ତି ନୟାପଲ୍ଲୀର ଏକ ହୋଟେଲର ୫ ଜଣ ଷ୍ଟାଫ୍ ଆକ୍ରାନ୍ତ ଚିହ୍ନଟ ହୋଛନ୍ତି। ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୧୩୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ସଂକ୍ରମଣ- ୫୧୧୯ ଜଣ ହୋଇଥିବା ବେଳେ , ଆକ୍ଟିଭ୍ କେସ୍‌ ୧୮୩୯ ରହିଛି। ସୁସ୍ଥ ହୋଇଛନ୍ତି ୩୨୫୧ ଜଣ। ୨୩ ଜଣଙ୍କ ମୃତ୍ୟୁ ଘଟିଛି।

Related story