ଓଡ଼ିଶାରେ କରୋନା ଆରୋଗ୍ୟ ଲକ୍ଷେ ଟପିଲା, ମେଡିକାଲ୍‌ ଟିମ୍‌କୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୨ ହଜାର ୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଜଣାଇଛନ୍ତି। In a momentous occasion in our fight against #COVID19, #Odisha has crossed one lakh recoveries. Salute to thousands of health […]

naveen1

Manoranjan Sial
  • Published: Tuesday, 08 September 2020
  • , Updated: 08 September 2020, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୨ ହଜାର ୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଜଣାଇଛନ୍ତି।

https://twitter.com/Naveen_Odisha/status/1303246355763085313?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୫ ଜଣ ଅଛନ୍ତି। କଟକରୁ ୨୩୦, ପୁରୀରୁ ୧୯୨, ମୟୂରଭଞ୍ଜରୁ ୧୫୩, ଗଞ୍ଜାମରୁ ୧୧୫, ବାଲେଶ୍ୱରରୁ ୭୮, କେନ୍ଦୁଝରରୁ ୭୬, ବରଗଡ଼ରୁ ୭୫, ଯାଜପୁର ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨, ଭଦ୍ରକରୁ ୫୪, ଝାରସୁଗୁଡ଼ାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୁବର୍ଣ୍ଣପୁରରୁ ୩୬, ଢେଙ୍କାନାଳରୁ ୩୫, ବଲାଙ୍ଗିର ୨୮, କନ୍ଧମାଳରୁ ୨୮, ନୂଆପଡ଼ାରୁ ୨୫, ସୁନ୍ଦରଗଡ଼ରୁ ୨୩, କଳାହାଣ୍ଡି ୧୮, ରାୟଗଡ଼ାରୁ ୧୮, ଗଜପତିରୁ ୧୭, କେନ୍ଦ୍ରାପଡ଼ାରୁ ୧୫, ନୟାଗଡ଼ରୁ ୧୨, ଅନୁଗୋଳରୁ ୯ ଓ ବୌଦ୍ଧ ଜିଲ୍ଲାରୁ ୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1303335443136618498?s=20

 

Related story