ତାଲିମ ନେଉଛନ୍ତି ବିଜେଡିର ବ୍ଲକ ସ୍ତରୀୟ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ବିଜେଡିର ବ୍ଲକ ସ୍ତରୀୟ ପର୍ଯ୍ୟବେକ୍ଷକଙ୍କ ପାଇଁ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ରୂପରେଖ ଓ ଏହାର ସଫଳ ରୂପାୟନ ଲାଗି ବ୍ଲକ ସ୍ତରୀୟ ନେତାଙ୍କ ଲାଗି ଆୟୋଜିତ ହୋଇଛି ପ୍ରଶିକ୍ଷଣ ଶିବିର। ଏଥିରେ ବ୍ଲକ ସ୍ତରର ପର୍ଯ୍ୟବେକ୍ଷକଙ୍କ ସମେତ ନେତା ଓ କର୍ମୀ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତାମାନେ କର୍ମଶାଳାରେ ରାଜ୍ୟ ସରକାରଙ୍କ ଯୋଜନାର ସଫଳତା, କେନ୍ଦ୍ର ସରକାରଙ୍କ ବିଫଳତା ଏବଂ […]

bjd

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 01:23 PM IST

ଭୁବନେଶ୍ୱର: ବିଜେଡିର ବ୍ଲକ ସ୍ତରୀୟ ପର୍ଯ୍ୟବେକ୍ଷକଙ୍କ ପାଇଁ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ରୂପରେଖ ଓ ଏହାର ସଫଳ ରୂପାୟନ ଲାଗି ବ୍ଲକ ସ୍ତରୀୟ ନେତାଙ୍କ ଲାଗି ଆୟୋଜିତ ହୋଇଛି ପ୍ରଶିକ୍ଷଣ ଶିବିର। ଏଥିରେ ବ୍ଲକ ସ୍ତରର ପର୍ଯ୍ୟବେକ୍ଷକଙ୍କ ସମେତ ନେତା ଓ କର୍ମୀ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତାମାନେ କର୍ମଶାଳାରେ ରାଜ୍ୟ ସରକାରଙ୍କ ଯୋଜନାର ସଫଳତା, କେନ୍ଦ୍ର ସରକାରଙ୍କ ବିଫଳତା ଏବଂ ବିଜେଡି ବିରୋଧୀ ପ୍ରଚାରର ମୁକାବିଲା ତଥା ସଂଗଠନକୁ ମଜଭୁତ କରିବା ନେଇ ତଳସ୍ତରର ନେତାଙ୍କୁ ମନ୍ତ୍ର ଦେବେ। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବିଜେଡିର ଏହି କର୍ମଶାଳା ଅନୁଷ୍ଠିତ ହେଉଛି। କର୍ମଶାଳାର ଦ୍ୱିତୀୟ ଦିନରେ ଆସନ୍ତାକାଲି ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

https://www.youtube.com/watch?v=CE3Z9Od0BVY

Related story