ଦ୍ୱିତୀୟ ଦିନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନ ଯୋଗୁ ରାଜ୍ୟର କିଛି ସ୍ଥାନରେ ରୋଗୀ ସେବା ପ୍ରଭାବିତ ହୋଇଛି। କର୍ମଚାରୀଙ୍କ ଆନ୍ଦୋଳନ ପରେ ସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛି ନ୍ୟାସନାଲ ହେଲଥ୍ ମିଶନ୍ ଓ ସର୍ଭିସ୍ ପ୍ରୋଭାଇଡର ସଂସ୍ଥା ଜିକିତ୍ସା ହେଲଥ୍ ସର୍ଭିସ୍। ଫାର୍ମାସିଷ୍ଟ, ପୋଲିସ୍  ଓ ଆନ୍ଦୋଳନର ସାମିଲ ନ ଥିବା  […]

ambulance

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 02:36 AM IST

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନ ଯୋଗୁ ରାଜ୍ୟର କିଛି ସ୍ଥାନରେ ରୋଗୀ ସେବା ପ୍ରଭାବିତ ହୋଇଛି। କର୍ମଚାରୀଙ୍କ ଆନ୍ଦୋଳନ ପରେ ସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛି ନ୍ୟାସନାଲ ହେଲଥ୍ ମିଶନ୍ ଓ ସର୍ଭିସ୍ ପ୍ରୋଭାଇଡର ସଂସ୍ଥା ଜିକିତ୍ସା ହେଲଥ୍ ସର୍ଭିସ୍। ଫାର୍ମାସିଷ୍ଟ, ପୋଲିସ୍  ଓ ଆନ୍ଦୋଳନର ସାମିଲ ନ ଥିବା  କର୍ମଚାରୀଙ୍କ ସହାୟତାରେ  କିଛି ସ୍ଥାନରେ ଆମ୍ବୁଲାନ୍ସ ସେବା ଜାରି ରଖାଯାଇଛି। ଆନ୍ଦୋଳନରୁ  ନ ଓହରିଲେ ଆବଶ୍ୟକ ସ୍ଥଳେ ଆନ୍ଦୋଳନକାରୀ କର୍ମଚାରୀଙ୍କ ବିରୋଧରେ ଏସମା ଲାଗୁ  କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ସତ୍ତ୍ୱେ ନିଜର ଦାବି ପୂରଣ  ପାଇଁ ରାଜ୍ୟବାପୀ ଆମ୍ବୁଲାନ୍ସ କର୍ମଚାରୀମାନେ ରାଜରାସ୍ତାରେ  ଧର୍ମଘଟ କରିଛନ୍ତି।

Related story