ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରସୋର କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ପାଇଁ ଆଜି ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ଏହି ଲୋକସଭା କ୍ଷେତ୍ରରେ ଥିବା ୩୫ଟି ବିଧାନସଭା […]

modi

Tapaswini Nayak
  • Published: Tuesday, 16 April 2019
  • , Updated: 16 April 2019, 07:41 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରସୋର କରିବେ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ପାଇଁ ଆଜି ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ଏହି ଲୋକସଭା କ୍ଷେତ୍ରରେ ଥିବା ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ।

Related story