ଓଡ଼ିଶାକୁ ଲମ୍ୱିଛି କି ପିଏନ୍‌ବି ମହାଠକେଇ ଲିଙ୍କ୍‌?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଏନ୍‌ବି ମହାଠକେଇ ଓ ନିରବ ମୋଦି ଲିଙ୍କରେ ଦ୍ୱିତୀୟ ଦିନରେ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ଗହଣା ଦୋକାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏସବୁ ଜୁଏଲାରୀ ସୋ ରୁମ୍‌ରେ ନିରବଙ୍କ ମାଲିକାନାରେ ଥିବା କିଛି ବ୍ରାଣ୍ଡର ଷ୍ଟକ୍ ଯାଞ୍ଚ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରାଜଧାନୀର ୩ଟି ପ୍ରତିଷ୍ଠିତ ଗହଣା ସୋ ରୁମରେ ଇଡି ଚଢ଼ଉ କରିଛି। ନିରବ ମୋଦିଙ୍କ ଗୀତାଞ୍ଜଳି ବ୍ରାଣ୍ଡର କେଉଁକେଉଁ ଗହଣା ଓ ହୀରା ଆଦି ବିକ୍ରି ହେଉଛି ଏବଂ […]

Jewellery-1

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 05:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଏନ୍‌ବି ମହାଠକେଇ ଓ ନିରବ ମୋଦି ଲିଙ୍କରେ ଦ୍ୱିତୀୟ ଦିନରେ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ଗହଣା ଦୋକାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏସବୁ ଜୁଏଲାରୀ ସୋ ରୁମ୍‌ରେ ନିରବଙ୍କ ମାଲିକାନାରେ ଥିବା କିଛି ବ୍ରାଣ୍ଡର ଷ୍ଟକ୍ ଯାଞ୍ଚ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ରାଜଧାନୀର ୩ଟି ପ୍ରତିଷ୍ଠିତ ଗହଣା ସୋ ରୁମରେ ଇଡି ଚଢ଼ଉ କରିଛି। ନିରବ ମୋଦିଙ୍କ ଗୀତାଞ୍ଜଳି ବ୍ରାଣ୍ଡର କେଉଁକେଉଁ ଗହଣା ଓ ହୀରା ଆଦି ବିକ୍ରି ହେଉଛି ଏବଂ ଏସବୁର ମୂଳ ମାଲିକାନା ଗୀତାଞ୍ଜଳି ଗ୍ରୁପ୍ ନା ନିର୍ଦ୍ଦିଷ୍ଟ ସୋ ରୁମ ନାଁରେ ରହିଛି ତାହାର ଯାଞ୍ଚ ଚାଲିଛି। ଏହା ସହିତ ସେଗୁଡ଼ିକର ଷ୍ଟକ ମଧ୍ୟ ଯାଞ୍ଚ ହୋଇଛି।

ଗତକାଲି କଟକ ଓ ଭୁବନେଶ୍ୱରର ୪ଟି ବଡ଼ ଗହଣା ସୋରୁମ୍‌ରେ ଇଡି ଚଢ଼ାଉ କରି କୋଟି କୋଟି ଟଙ୍କାର ହୀରା ଗହଣା ଜବତ କରିଥିଲା। ଏସବୁ ଗହଣା ଜୁଏଲାରୀ ଦୋକାନ ଓ ବିତରକଙ୍କ ଠାରୁ ଜବତ ହୋଇଥିବା ଇଡି ସୂତ୍ରରୁ ସୂଚନା ଜଣାପଡ଼ିଛି।

Related story