ଆଜି ଥିଲା ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ମାତ୍ ଦେବାର ଏକମାତ୍ର ଉପାୟ ହେଉଛି ଟିକା । ଲୋକଙ୍କୁ ଏହି ଘାତକ ସଂକ୍ରମଣରୁ କେବଳ ଟିକା ହିଁ ରକ୍ଷା କରିପାରିବ।  ଏତେ ବଡ଼ ଦେଶରେ ସମସ୍ତଙ୍କୁ ଟିକା ଦେବା ସହଜ କଥା ନୁହେଁ । ତେଣୁ ପ୍ରକୃତ ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହୁଏ, ସେଥିପାଇଁ ତାର ପୂର୍ବାଭ୍ୟାସ କରାଯାଇଛି  । ଆଗରୁ ଥରେ ଏମିତି ରିହର୍ସଲ କରାଯାଇଥିବା ବେଳେ ଆଜି ଥିଲା ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ […]

corona

Tapas Behera
  • Published: Friday, 08 January 2021
  • , Updated: 08 January 2021, 11:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ମାତ୍ ଦେବାର ଏକମାତ୍ର ଉପାୟ ହେଉଛି ଟିକା । ଲୋକଙ୍କୁ ଏହି ଘାତକ ସଂକ୍ରମଣରୁ କେବଳ ଟିକା ହିଁ ରକ୍ଷା କରିପାରିବ।  ଏତେ ବଡ଼ ଦେଶରେ ସମସ୍ତଙ୍କୁ ଟିକା ଦେବା ସହଜ କଥା ନୁହେଁ । ତେଣୁ ପ୍ରକୃତ ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହୁଏ, ସେଥିପାଇଁ ତାର ପୂର୍ବାଭ୍ୟାସ କରାଯାଇଛି  । ଆଗରୁ ଥରେ ଏମିତି ରିହର୍ସଲ କରାଯାଇଥିବା ବେଳେ ଆଜି ଥିଲା ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ।

ଆଜି ୧୧୦ଟି ସାଇଟରେ ହୋଇଛି ଦ୍ୱିତୀୟ ପଯର୍ୟାୟ ଡ୍ରାଏ ରନ୍  । ଟିକାକରଣ କେନ୍ଦ୍ରକୁ ଲୋକେ ଆସୁଛନ୍ତି  । ପ୍ରଥମେ ୱେଟିଂ ରୁମ୍‌ରେ ଅପେକ୍ଷା, ତା ପରେ ପୋର୍ଟାଲରେ ନାଁ ଯାଞ୍ଚ କରାଯାଇଥିଲା।  ଆଉ ଜଣକ ପରେ ଜଣକୁ ଟିକା କରଣ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟକୁ ଖୁବ ଶୀଘ୍ର ଆସିବ କରୋନା ଟିକା । ତେବେ ଟିକାକରଣକୁ ନେଇ କେତେକ ଆପ୍ ଚର୍ଚ୍ଚାକୁ ଆସିଥିବା ବେଳେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଏବେ କେବଳ ସରକାରଙ୍କ ପକ୍ଷରୁ ହିଁ ଟିକାକରଣ ବ୍ୟବସ୍ଥା ଅଛି।  ତେଣୁ କୌଣସି ଫେକ୍ ଆପ୍ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।  କେବଳ ଓଡ଼ିଶା ନୁହେଁ ଆଜି ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୩୬ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଛି ।

ଏହା ଆଗରୁ ଗତ ୨ ତାରିଖରେ ସାରା ଦେଶରେ କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଥିଲା । ପ୍ରକୃତ ଟିକାକରଣ ବେଳେ ପୂର୍ବାଞ୍ଚଳର ନୋଡାଲ ସେଣ୍ଟର ଭାବେ କାମ କରିବ କୋଲକାତା।  ତେବେ ଓଡ଼ିଶାକୁ ସିଧା ଟିକା କମ୍ପାନିରୁ ଭ୍ୟାକ୍ସିନ ଆସିବ ବୋଲି ଜଣାପଡ଼ିଛି  ।

Related story