ମହିଳାଙ୍କୁ ତଳେ ଗଡ଼ାଇ ମାଡ଼ ମାରିଥିଲେ, ବନ୍ଧା ହେଲେ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମାରିବା ଘଟଣାରେ ନିକିରାଇ ପୁଲିସ୍‌  ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ । ପୀଡ଼ିତାଙ୍କ ମାମୁଙ୍କ ଏତଲା ଆଧାରରେ ତଦନ୍ତ କରି ପୁଲିସ୍‌ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ […]

arrest

Niharika Rout
  • Published: Monday, 05 April 2021
  • , Updated: 05 April 2021, 03:59 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମାରିବା ଘଟଣାରେ ନିକିରାଇ ପୁଲିସ୍‌  ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ ।

ପୀଡ଼ିତାଙ୍କ ମାମୁଙ୍କ ଏତଲା ଆଧାରରେ ତଦନ୍ତ କରି ପୁଲିସ୍‌ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ପୀଡ଼ିତାଙ୍କ ମାମୁ ଏତଲା ଦେଇଥିଲେ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପୀଡିତା ସୁଚିସ୍ମିତାଙ୍କ ସ୍ୱାମୀ ଜିତେନ୍ଦ୍ର ପ୍ରଧାନଙ୍କ ମାମୁ ଘର ଲୋକ।

[caption id="attachment_632823" align="aligncenter" width="650"] ମହିଳାଙ୍କୁ ମାଡ଼ ମରାଯାଉଥିବା ଦୃଶ୍ୟ । (ଫାଇଲ୍‌ ଫଟୋ)[/caption]

ଗତ ୨ ତାରିଖ ଦିନ ପାରିବାରିକ କଳହକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପରେ ସୁଚିସ୍ମିତାଙ୍କୁ ତାଙ୍କ ସ୍ୱାମୀଙ୍କ ମାମୁ ଘର ଲୋକେ ମରଣାନ୍ତକ ଆକ୍ରମଣ କରି ଗାଁ ଦାଣ୍ଡରେ ତଳେ ଗଡ଼ାଇ ଗଡ଼ାଇ ମାଡ଼ ମାରିଥିଲ । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ସୂଚନାଯୋଗ୍ୟ, ଏକ ଘରକୁ ନେଇ ସୁଚିସ୍ମିତାଙ୍କ ବାପ ଘର ଓ ଶାଶୁ ଘର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା।  ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କିଛି ଲୋକ ସୁଚିସ୍ମିତାଙ୍କୁ ବାଉଁଶରେ ବାଡ଼େଇ ଥିଲେ । ଏମିତିକି ଅପର ପକ୍ଷର ମହିଳା ମାନେ ତାଙ୍କୁ ତଳେ ପକାଇ ମାଡ ମାରିଥିଲେ । ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୂର୍ବରୁ ସୁଚିସ୍ମିତାଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଥାନାରେ ମାମଲା ରହିଛି।

Related story