ପର୍ଯ୍ୟଟକଙ୍କୁ ଲୁହା ରଡ଼ ଉପାଡ଼ି ପିଟିଥିଲେ, ବନ୍ଧା ହେଲେ ୩ ଜଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାନ୍ୟ କଥାକୁ ନେଇ ଗତକାଲି ରଣାଙ୍ଗନରେ ପରିଣତ ହୋଇଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ  ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବେଳେ ଏପରି ଲଜ୍ଜାଜନକ ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଏହି ଘଟଣାକୁ ଗୁରୁତର ସହ  ନେଇଥିବା ପୁଲିସ୍‌ ୩ ଜଣଙ୍କୁ ବାନ୍ଧିଛି। ଗିରଫ ୩ ଜଣ ହେଲେ ସନ୍ତୋଷ କୁମାର ସାହୁ, କାହ୍ନା ମହାପାତ୍ର ଓ ଅମନ ପାଟ୍ଟଶାଣୀ । ସେମାନେ […]

zoo

Niharika Rout
  • Published: Monday, 23 May 2022
  • , Updated: 23 May 2022, 01:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାନ୍ୟ କଥାକୁ ନେଇ ଗତକାଲି ରଣାଙ୍ଗନରେ ପରିଣତ ହୋଇଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ  ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବେଳେ ଏପରି ଲଜ୍ଜାଜନକ ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଏହି ଘଟଣାକୁ ଗୁରୁତର ସହ  ନେଇଥିବା ପୁଲିସ୍‌ ୩ ଜଣଙ୍କୁ ବାନ୍ଧିଛି। ଗିରଫ ୩ ଜଣ ହେଲେ ସନ୍ତୋଷ କୁମାର ସାହୁ, କାହ୍ନା ମହାପାତ୍ର ଓ ଅମନ ପାଟ୍ଟଶାଣୀ । ସେମାନେ ସମସ୍ତେ ନିକଟସ୍ଥ ଦାରୁଡେଙ୍ଗ ଗାଁର ବୋଲି ଜଣାପଡ଼ିଛି।

ଗତକାଲି ଛତିଶଗଡ଼ରୁ ଆସିଥିବା  ପ୍ରାୟ ୨୬ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିଗୋଳ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସଫାରୀ କର୍ମଚାରୀ  ସେମାନଙ୍କୁ ଠେଲାପେଲା କରିଥିଲେ । ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ  ଅଞ୍ଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ। ସେମାନେ ମିଳିତ ଭାବେ ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଉପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଆକ୍ରମଣ ଯୋଗୁ ୫ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ନେଇ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରି ପୁଲିସ୍‌ ୩ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ। 

ନନ୍ଦନକାନନ ପରି ସ୍ଥାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଥିବା ବେଳେ ସେଠାରେ ଏପରି ଅମାନବୀୟ ଓ ଅଭାବନୀୟ କାଣ୍ଡକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି।  ଏହାପରେ ଚିଡିଆଖାନା କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ରେଂଜ ଅଫିସର ସିକ୍ୟୁରିଟିକୁ ନିର୍ଦ୍ଦେଶ ଦେଇଛନ୍ତି।

ପର୍ଯ୍ୟଟକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ପକ୍ଷରୁ ତଦନ୍ତ କରାଯାଉଛି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପନିର୍ଦ୍ଦେଶକ ସଂଜୀବ କୁମାର କହିଛନ୍ତି । ଏଥିସହ ପର୍ଯ୍ୟଟକମାନେ ଆଇନକୁ ହାତକୁ ନ ନେବାକୁ ସେ ଅନୁରୋଧ କରିଛନ୍ତି ।

https://youtu.be/AobvczftqtA

 

Related story