ପିଲା ଚୋର ସନ୍ଦେହରେ ମହିଳାଙ୍କୁ ମାଡ଼ ଘଟଣାରେ ୩ ଗିରଫ: ପୀଡ଼ିତା ଆଣିଲେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ପିଲା ଚୋରି ସନ୍ଦେହରେ ରାଉରକେଲାରେ ମହିଳାଙ୍କୁ ନିସ୍ତୁକ ମାଡ଼ ଘଟଣାରେ ୩ ଗିରଫ। ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଏହି ଘଟଣାର ଆଜି ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ସେପଟେ ଆକ୍ରମଣର ଶିକାର ହୋଇଥିବା ଯୁବତୀ ଆଜି ଆକ୍ରମଣକାରୀଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି। ମାଡ଼ ମାରୁଥିବା ଲୋକେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ପୀଡ଼ିତା ଯୁବତୀ ଜଣକ ପ୍ଲାଣ୍ଟ ସାଇଟ୍  ଥାନାରେ ଅଭିଯୋଗ କରିଛନ୍ତି। ଗତ ୧୭ […]

police

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 05:47 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ପିଲା ଚୋରି ସନ୍ଦେହରେ ରାଉରକେଲାରେ ମହିଳାଙ୍କୁ ନିସ୍ତୁକ ମାଡ଼ ଘଟଣାରେ ୩ ଗିରଫ। ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଏହି ଘଟଣାର ଆଜି ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ସେପଟେ ଆକ୍ରମଣର ଶିକାର ହୋଇଥିବା ଯୁବତୀ ଆଜି ଆକ୍ରମଣକାରୀଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି। ମାଡ଼ ମାରୁଥିବା ଲୋକେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ପୀଡ଼ିତା ଯୁବତୀ ଜଣକ ପ୍ଲାଣ୍ଟ ସାଇଟ୍  ଥାନାରେ ଅଭିଯୋଗ କରିଛନ୍ତି।

ଗତ ୧୭ ତାରିଖ ରାତିରେ ଇନ୍ଦିରାପାଲି ନିକଟରେ ଜଣେ ଯୁବତୀଙ୍କୁ ପିଲା ଚୋର ସନ୍ଦେହରେ କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ। ଯୁବତୀ ଜଣକ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଇନ୍ଦିରାପାଲି ନିକଟରେ ୧୦ରୁ ୧୨ ଜଣ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଭିଜୁଆଲ ଭାଇରାଲ ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ IGH ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

 

Related story