କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗାଡି ଚୋରି ରାକେଟ ଗ୍ୟାଙ୍ଗର ପର୍ଦ୍ଦାଫାସ। CCTV ସହାୟତାରେ କେନ୍ଦ୍ରାପଡା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ୨୫ଟି ବାଇକ ଜବତ କରିବା ସହ ୫ ଜଣକୁ ଧରିଛି। ଏହି ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଜଣେ ଇଂଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। କେନ୍ଦ୍ରାପଡା ଟାଉନ୍ ଓ ସଦର ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ଏମାନେ ଗାଡ଼ି ଚୋରି କରିଥିବା କେନ୍ଦ୍ରାପଡା ଏସ୍ପି ସୂଚନା ଦେଇଛନ୍ତି।
ଚୋରିର ମାଷ୍ଟର ହେଉଛନ୍ତି B-tech ଛାତ୍ର ଅଭିଜିତ ଜେନା ଓ ତାର ସହଯୋଗୀ ପୃଥିବୀ ରାଜ ଚୋରି କରି ଲକ୍ଷ୍ମୀନାରାୟଣପୁର ସ୍ଥିତ ଗ୍ୟାରେଜ ମାଲିକ ଗୌତମ ସାହୁଙ୍କୁ ହସ୍ତାନ୍ତର କରୁଥିଲେ। ୨୫ଟି ଜବତ ଗାଡିରୁ ୧୫ଟି ଗାଡି ମାଲିକଙ୍କୁ ହସ୍ତାନ୍ତର କରିଛି ପୁଲିସ। ୫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କେନ୍ଦ୍ରାପଡା ଏସ୍ପି ନୀତି ଶେଖର ସୂଚନା ଦେଇଛନ୍ତି।