ଚାପି ଦେଲା ଟ୍ରକ୍‌, ଆଖି ବୁଜିଲେ ୩ ବାଇକ୍‌ ଆରୋହୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ବରେଇପାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ୨ଟି ବାଇକ୍‌ରେ ୪ଜଣ ଯାଉଥିବା ବେଳେ ସେମାନଙ୍କୁ ଟ୍ରକ୍‌ ଚାପି ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡ଼ିଛି।

accident

Niharika Rout
  • Published: Wednesday, 03 March 2021
  • , Updated: 03 March 2021, 10:10 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ବରେଇପାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ୨ଟି ବାଇକ୍‌ରେ ୪ଜଣ ଯାଉଥିବା ବେଳେ ସେମାନଙ୍କୁ ଟ୍ରକ୍‌ ଚାପି ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡ଼ିଛି।

Related story