ବିଜେପୁର ବ୍ୟାଟେଲ୍‌: ମଇଦାନକୁ ଓହ୍ଲାଇଲା ବିଜେପି, ୩ ନେତାଙ୍କୁ ୩ ବ୍ଲକ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ରଣନୀତି ସ୍ପଷ୍ଟ କଲା ବିଜେପି। ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଳକ୍ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥର ମୁଖ୍ୟ ପ୍ରସଙ୍ଗ ରହିଛି ବିଜେପୁର ଅସୁରକ୍ଷିତ, ଅବହେଳିତ ଓ ଅପମାନିତ। ଏନେଇ ସୂଚନା ଦେଇଛନ୍ତି ବିଧାୟକ ପ୍ରଦୀପ ପୁରୋହିତ। ବିଜେପୁର ନିର୍ବାଚନରେ ନିଜ ସପକ୍ଷରେ ଲୋକ ମତ ନେବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି। ବିଜେଡି ପ୍ରଚାର ଆରମ୍ଭ […]

bjppradeep

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 04:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ରଣନୀତି ସ୍ପଷ୍ଟ କଲା ବିଜେପି। ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଳକ୍ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥର ମୁଖ୍ୟ ପ୍ରସଙ୍ଗ ରହିଛି ବିଜେପୁର ଅସୁରକ୍ଷିତ, ଅବହେଳିତ ଓ ଅପମାନିତ। ଏନେଇ ସୂଚନା ଦେଇଛନ୍ତି ବିଧାୟକ ପ୍ରଦୀପ ପୁରୋହିତ।

ବିଜେପୁର ନିର୍ବାଚନରେ ନିଜ ସପକ୍ଷରେ ଲୋକ ମତ ନେବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି। ବିଜେଡି ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଏକ କମିଟି ଗଠନ କରିଛି। ଏହି କମିଟି ଏବେ ବିଜେପୁର ଯାଇ ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଏ କ୍ଷେତ୍ରରେ ବିଜେପି ପଛରେ ପଡ଼ିନାହିଁ। ଆଜି ନିଜର ରଣନୀତି ସ୍ପଷ୍ଟ କରିଛି। ସେଥିପାଇଁ ୩ ବ୍ଲକର ଦାୟୀତ୍ୱ ୩ ବରିଷ୍ଠ ନେତାଙ୍କ ଉପରେ ନ୍ୟସ୍ତ କରିଛି। ବରପାଲି ବ୍ଲକ ଦାୟିତ୍ୱରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ରହିଥିବା ବେଳେ କେଭି ସିଂହଦେଓଙ୍କୁ ଗାଇସିଲଟ୍ ଓ ଜୟନାରାୟଣ ମିଶ୍ରଙ୍କୁ ବିଜେପୁର ବ୍ଲକ ଦାୟିତ୍ୱ ଦିଆଯାଇଛି। ରଞ୍ଜନ ପଟେଲଙ୍କୁ ନିର୍ବାଚନ ପରିଚାଳନା ସମନ୍ୱୟ ଦାୟିତ୍ୱ ଦିଆଯାଇଛି।

Related story