ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩  ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Regret to inform the demise of 3 Covid positive patients while under treatment in hospitals. 1. A 63-year old Male of Ganjam district. 2. A 60-year old […]

corona-2.3

Niharika Rout
  • Published: Saturday, 18 July 2020
  • , Updated: 18 July 2020, 10:50 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩  ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୩ ମୃତକଙ୍କ ମଧ୍ୟରେ  ଗଞ୍ଜାମ ଜିଲ୍ଲାର ୨ ବୃଦ୍ଧ ଥିବା ବେଳେ  ଗଜପତି ଜିଲ୍ଲାର ଜଣେ  ମହିଳା ଅଛନ୍ତି।  ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ଗଜପତିରେ ଏହି ସଂଖ୍ୟା ୩ ଛୁଇଁଲା।

ଗଞ୍ଜାମ ଜିଲ୍ଲାର ୨ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୬୩ ଓ ୬୦ ବର୍ଷ ବୋଲି ଜଣାଯାଇଛି। ସେହିପରି ଗଜପତିର ମୃତା ମହିଳାଙ୍କ ବୟସ ୪୮ ବର୍ଷ ବୋଲି ଜଣାଯାଇଛି। ମୃତ ମହିଳାଜଣକ ପୂର୍ବରୁ ମେଦବହୁଳତା ଓ ନିଦ୍ରାହିନତାଜନିତ ରୋଗରେ ପୀଡ଼ିତ ଥିବା ଜଣାଯାଇଛି।

 

Related story