କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଜଣେ ଡାକ୍ତରଙ୍କ ସମେତ ୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଅଞ୍ଚଳରେ କରୋନା ବଢ଼ି ଚାଲିଥିବା ବେଳେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ନୟାପଲ୍ଲୀ ଓ ଭୀମପୁରର […]

Capital Hospital

Jitendra Garnayak
  • Published: Thursday, 06 January 2022
  • , Updated: 06 January 2022, 03:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଅଞ୍ଚଳରେ କରୋନା ବଢ଼ି ଚାଲିଥିବା ବେଳେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏଁ ସ୍ଥାନ ଏବଂ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କେବଳ କାଲି ଠାରୁ ଆଜି ଭିତରେ ବିଏମ୍‌ସିରେ ୧୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଛି।

ଗତକାଲି ଆସିଥିବା ରିପୋର୍ଟ ଅନୁଯାୟୀ ବିଏମ୍‌ସିରୁ ୩୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୬୬୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଭୁବନେଶ୍ୱରରେ ଏହି ସଂଖ୍ୟା ଗତ ୨୪ ଘଣ୍ଟାରେ ଆହୁରି ଅଧିକ ରହିଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୬୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story