୩ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ ଏମ୍ପଲୋଇଜ୍‌ ଆସୋସିଏସନ୍‌

ଭୁବନେଶ୍ୱର: ୩ ଦଫା ଦାବି ନେଇ ଅକ୍ଟୋବର ୩ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ ଏମ୍ପଲୋଇଜ୍‌ ଆସୋସିଏସନ୍‌। ରାଜ୍ୟର ସମସ୍ତ ଜିଲ୍ଲା ହସପିଟାଲ୍‌ ଓ ମେଡିକାଲ କଲେଜରେ କାର୍ଯ୍ୟରତ ୫,୬୦୦ ନର୍ସ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି,ଷ୍ଟାଫ୍‌ ନର୍ସଙ୍କୁ ଗ୍ରେଡ୍‌ ପେ’ ଏବଂ ଖାଲି ପଡ଼ିଥିବା […]

bhu

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 08:09 PM IST

ଭୁବନେଶ୍ୱର: ୩ ଦଫା ଦାବି ନେଇ ଅକ୍ଟୋବର ୩ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ ଏମ୍ପଲୋଇଜ୍‌ ଆସୋସିଏସନ୍‌। ରାଜ୍ୟର ସମସ୍ତ ଜିଲ୍ଲା ହସପିଟାଲ୍‌ ଓ ମେଡିକାଲ କଲେଜରେ କାର୍ଯ୍ୟରତ ୫,୬୦୦ ନର୍ସ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି,ଷ୍ଟାଫ୍‌ ନର୍ସଙ୍କୁ ଗ୍ରେଡ୍‌ ପେ’ ଏବଂ ଖାଲି ପଡ଼ିଥିବା ପଦବୀରେ ଷ୍ଟାଫ୍‌ ନର୍ସଙ୍କୁ ନିଯୁକ୍ତି ପାଇଁ ସଂଘ ଦାବି କରିଛି।

Related story