ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରରେ ଏକ ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତୋଟାଗୁଡ଼ା ନିକଟରୁ ସମସ୍ତ ୩ଟି ଯାକ ମୃତଦେହ ଗତକାଲି ଉଦ୍ଧାର ହେବା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଗତ ଶୁକ୍ରବାର ଏହି ଅଘଟଣ ଘଟିଥିଲା ।
ଗତ ଶୁକ୍ରବାର ବାଲିମେଳା ଜଳ ଭଣ୍ଡାର ଦେଇ ୫ ଜଣ ନାକାମାମୁଡିରୁ ଦେଶୀ ଡଙ୍ଗାରେ ତୋଟାଗୁଡ଼ା ଯାଉଥିଲେ। ଆମ୍ବିଳିବେଢା ନିକଟରେ ପ୍ରବଳ ବର୍ଷା ହେଉଥିବା ବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳରେ ଆସି ପହଞ୍ଚିଥିଲେ। ଏହା ପରଦିନ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା।
ଏହାପରେ ଗତକାଲି ଆଉ ୩ଟି ମୃତଦେହ ଉଦ୍ଧାର ହୋଇଥିଲା। ମୃତକମାନେ ସମସ୍ତେ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି ।କୂଳଠାରୁ ବହୁ ଦୂରରେ ଏହି ଅଘଟଣ ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।