ବରଯାତ୍ରୀ ବୋଲେରୋକୁ ପିଟିଲା ଟ୍ରକ୍‌, ୩ ମୃତ

ବରଗଡ଼(ଦୀପକ ଶର୍ମା): ଛତିଶଗଡ଼ ପୁସୋର ଥାନା ଅଧୀନ ପୋଡ଼ାତରାଇଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା କଟାପାଲିରୁ ବରଯାତ୍ରୀକୁ ନେଇ ଛତିଶଗଡ଼ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ୍‌ର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତକାଲି ରାତିରେ ବର ଯାତ୍ରୀଙ୍କୁ ନେଇ ବୋଲେରୋଟି ବରଗଡ଼ରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। […]

accidenty

Niharika Rout
  • Published: Thursday, 03 December 2020
  • , Updated: 03 December 2020, 12:37 PM IST

ବରଗଡ଼(ଦୀପକ ଶର୍ମା): ଛତିଶଗଡ଼ ପୁସୋର ଥାନା ଅଧୀନ ପୋଡ଼ାତରାଇଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା କଟାପାଲିରୁ ବରଯାତ୍ରୀକୁ ନେଇ ଛତିଶଗଡ଼ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ୍‌ର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ବର ଯାତ୍ରୀଙ୍କୁ ନେଇ ବୋଲେରୋଟି ବରଗଡ଼ରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ପୋଡ଼ାତରାଇଠାରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲ॥ ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।

Related story