ହକି ଖେଳ ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼ (ବିଜୟ ବରୁଆ): ଏକ ଅଭାବନୀୟ ଘଟଣା କ୍ରମରେ ହକି ମ୍ୟାଚ୍‌ ବେଳେ ବଜ୍ରପାତ ଘଟି ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତଳସରା ଥାନା ଶଙ୍କରାବାହାଲ ଗାଁରେ ଘଟିଛି ଏହି ଅଘଟଣ। ହକି ମ୍ୟାଚ୍ ଚାଲିଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛତଳେ ଖେଳାଳି ଓ ମ୍ୟାନେଜମେଣ୍ଟ ସଦସ୍ୟମାନେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨ଜଣଙ୍କ […]

sundargarh

Rakesh Mallick
  • Published: Sunday, 10 June 2018
  • , Updated: 11 June 2018, 09:23 AM IST

ସୁନ୍ଦରଗଡ଼ (ବିଜୟ ବରୁଆ): ଏକ ଅଭାବନୀୟ ଘଟଣା କ୍ରମରେ ହକି ମ୍ୟାଚ୍‌ ବେଳେ ବଜ୍ରପାତ ଘଟି ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତଳସରା ଥାନା ଶଙ୍କରାବାହାଲ ଗାଁରେ ଘଟିଛି ଏହି ଅଘଟଣ। ହକି ମ୍ୟାଚ୍ ଚାଲିଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛତଳେ ଖେଳାଳି ଓ ମ୍ୟାନେଜମେଣ୍ଟ ସଦସ୍ୟମାନେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩ ମୃତକଙ୍କ ମଧ୍ୟରେ ୨ ଭାଇ ଥିବା ସୂଚନା ମିଳିଛି।

Related story