ଅକାଳରେ ଝଡ଼ିପଡ଼ିଲା ୩ ଜୀବନ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଆଜି ଦୁଇଟି ସ୍ଥାନରୁ ୩ଟି ଦୁଃଖଦ ଖବର ଆସିଛି। କେନ୍ଦ୍ରପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଚକଡ଼ା ବଗୁଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଜୋରରୁ ଜଣେ ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଦ୍ୱୟ ହେଲେ ମାଆ ନେଉଳି ଜେନା, ଝିଅ ଝୁନୁ ଜେନା। ଶୌଚ ପାଇଁ ଯାଇଥିବା ବେଳେ ଜୋରରେ ଗୋଡ଼ି ଖସି ଉଭୟଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ […]

drowning

Jyoshna Pradhan
  • Published: Tuesday, 06 August 2019
  • , Updated: 06 August 2019, 03:27 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଆଜି ଦୁଇଟି ସ୍ଥାନରୁ ୩ଟି ଦୁଃଖଦ ଖବର ଆସିଛି। କେନ୍ଦ୍ରପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଚକଡ଼ା ବଗୁଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଜୋରରୁ ଜଣେ ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଦ୍ୱୟ ହେଲେ ମାଆ ନେଉଳି ଜେନା, ଝିଅ ଝୁନୁ ଜେନା। ଶୌଚ ପାଇଁ ଯାଇଥିବା ବେଳେ ଜୋରରେ ଗୋଡ଼ି ଖସି ଉଭୟଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।  ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି।

ସେହିପରି କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ତନ୍ତିଆପାଳ ଗାଁରେ ଥିବା ପୋଖରୀରେ ବୁଡ଼ି ଦୁଇ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ତାଙ୍କ ନାଁ ମାନିନୀ ମଣ୍ଡଳ। ମାନିନୀ ଆଜି ସକାଳେ ଖେଳୁଥିବା ବେଳେ ଘର ପାଖରେ ଥିବା ପୋଖରୀରେ ବୁଡ଼ି ଯାଇଥିଲେ।

Related story