ଏଣିକି ଗାଡ଼ିର ମୂଲ୍ୟ ଅନୁସାରେ ତିନିଟି ସ୍ଲାବ୍‌ରେ ଆଦାୟ ହେବ ଟିକସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ିର ମୂଲ୍ୟ ଅନୁସାରେ ଏଣିକି ତିନିଟି ସ୍ଲାବ୍‌ରେ ଆଦାୟ ହେବ ଟିକସ। ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ମୋଟର ଯାନ ଆଇନ୍ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଣିକି ୫ ଲକ୍ଷରୁ କମ୍ ଟଙ୍କା ମୂଲ୍ୟର ଗାଡ଼ିଠାରୁ ୬ ପ୍ରତିଶତ, ୫ରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ିଠାରୁ ୮ ପ୍ରତିଶତ ଓ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଗାଡ଼ିଠାରୁ ନିଆଯିବ ୧୦ ପ୍ରତିଶତ ଟିକସ। ସେହିପରି ଲେବର ସର୍ଭିସ୍ କ୍ୟାଡରର ପୁନର୍ଗଠନକୁ […]

aditya-prasad-padhi

Rakesh Mallick
  • Published: Saturday, 21 July 2018
  • , Updated: 21 July 2018, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ିର ମୂଲ୍ୟ ଅନୁସାରେ ଏଣିକି ତିନିଟି ସ୍ଲାବ୍‌ରେ ଆଦାୟ ହେବ ଟିକସ। ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ମୋଟର ଯାନ ଆଇନ୍ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଣିକି ୫ ଲକ୍ଷରୁ କମ୍ ଟଙ୍କା ମୂଲ୍ୟର ଗାଡ଼ିଠାରୁ ୬ ପ୍ରତିଶତ, ୫ରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ିଠାରୁ ୮ ପ୍ରତିଶତ ଓ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଗାଡ଼ିଠାରୁ ନିଆଯିବ ୧୦ ପ୍ରତିଶତ ଟିକସ।

ସେହିପରି ଲେବର ସର୍ଭିସ୍ କ୍ୟାଡରର ପୁନର୍ଗଠନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏଣିକି IT ଓ ଷ୍ଟାର୍ଟଅପ୍ ଶିଳ୍ପୋଦ୍ୟୋଗୀଙ୍କୁ ରିହାତି ମୂଲ୍ୟରେ ଘର ଭଡ଼ା ଦିଆଯିବ। ରାଜ୍ୟ ସରକାରଙ୍କ ୬ଟି ବିଲ୍ଡିଂରେ ରିହାତି ମୂଲ୍ୟରେ ବର୍ଗଫୁଟ୍ ପ୍ରତି ୨୦ ଟଙ୍କାରେ ଆଇଟି ଓ ଷ୍ଟାର୍ଟଅପ୍ ଶିଳ୍ପୋଦ୍ୟୋଗୀଙ୍କୁ ଘରଭଡ଼ା ଦିଆଯିବ। ଏଥିସହ ମୋଟ୍ ୧୧ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଥିବା ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

Related story