୩ ଦିନିଆ ମାଲକାନଗିରି ଗସ୍ତରେ ଉନ୍ନୟନ କମିଶନର

ମାଲକାନଗିରି: ମାଲକାନଗିରି ଗସ୍ତରେ ଅଛନ୍ତି ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା। ଏଠାକୁ ୩ ଦିନିଆ ଗସ୍ତରେ ଆସିଥିବା ଉପେନ୍ଦ୍ର ଆଜି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟତଃ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ, ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ବ୍ୟବସ୍ଥା ଉପରେ ସେ ସମୀକ୍ଷା କରିଛନ୍ତି। ଆସନ୍ତାକାଲି ସେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଉନ୍ନୟନ କମିଶନରଙ୍କ ସହ ପୂର୍ତ୍ତ ସଚିବ ନଳୀନିକାନ୍ତ […]

malkangiri

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 02:06 PM IST

ମାଲକାନଗିରି: ମାଲକାନଗିରି ଗସ୍ତରେ ଅଛନ୍ତି ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା। ଏଠାକୁ ୩ ଦିନିଆ ଗସ୍ତରେ ଆସିଥିବା ଉପେନ୍ଦ୍ର ଆଜି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟତଃ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ, ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ବ୍ୟବସ୍ଥା ଉପରେ ସେ ସମୀକ୍ଷା କରିଛନ୍ତି। ଆସନ୍ତାକାଲି ସେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଉନ୍ନୟନ କମିଶନରଙ୍କ ସହ ପୂର୍ତ୍ତ ସଚିବ ନଳୀନିକାନ୍ତ ପ୍ରଧାନ ଓ ଉଠା ଜଳସେଚନ ବିଭାଗ ନିଦ୍ଦେର୍ଶକ ଆର୍. ସନ୍ଥଗୋପାଳନ୍ ମଧ୍ୟ ମାଲକାନଗିରି ଗସ୍ତରେ ଅଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର ୪ଟି ପଛୁଆ ଜିଲ୍ଲାର ବିକାଶ ପାଇଁ ୪ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦେଇଥିଲେ। ସେଥିମଧ୍ୟରୁ ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରାଙ୍କୁ ମାଲକାନଗିରି ଦାୟିତ୍ୱ ମିଳିଛି।

Related story