ଟିଟିଲାଗଡ଼ ଅଞ୍ଚଳରେ ବୁଲିବୁଲି ଲୁଟୁଥିଲେ, ଧରାପଡ଼ିଲେ

ଟିଟିଲାଗଡ଼ (ମାନସ ମହାନ୍ତି): ଟିଟିଲାଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଘଟିଯାଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୋଲିସ୍। ଦିନକୁ ଦିନ ଟିଟିଲାଗଡ଼ ଅଞ୍ଚଳରେ ଡକାୟତି ଘଟଣା ବଢ଼ିବାରେ ଲାଗିଥିଲା। ଫଳରେ ସଇଁତଳା ପୋଲିସ, ମୁରିବାହାଲ ପୋଲିସ ଓ ଅନ୍ୟାନ୍ୟ ପୋଲିସ ସହାୟତାରେ ୩ ଜଣ ଡକାୟତଙ୍କୁ ଧରିବାକୁ ମିଳିତ ଭାବେ ଯୋଜନା କରାଯାଇଥିଲା। କିଛିଦିନର ପ୍ରୟାସ ପରେ ଏହି ୩ ଜଣ ଡକାୟତଙ୍କୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଛି। ଗିରଫ ଡକାୟତଙ୍କଠାରୁ […]

344cc390-928b-4a7d-a5fc-97122ae40ce0

Ordigital Desk
  • Published: Wednesday, 06 June 2018
  • , Updated: 06 June 2018, 06:34 PM IST

ଟିଟିଲାଗଡ଼ (ମାନସ ମହାନ୍ତି): ଟିଟିଲାଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଘଟିଯାଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୋଲିସ୍। ଦିନକୁ ଦିନ ଟିଟିଲାଗଡ଼ ଅଞ୍ଚଳରେ ଡକାୟତି ଘଟଣା ବଢ଼ିବାରେ ଲାଗିଥିଲା। ଫଳରେ ସଇଁତଳା ପୋଲିସ, ମୁରିବାହାଲ ପୋଲିସ ଓ ଅନ୍ୟାନ୍ୟ ପୋଲିସ ସହାୟତାରେ ୩ ଜଣ ଡକାୟତଙ୍କୁ ଧରିବାକୁ ମିଳିତ ଭାବେ ଯୋଜନା କରାଯାଇଥିଲା। କିଛିଦିନର ପ୍ରୟାସ ପରେ ଏହି ୩ ଜଣ ଡକାୟତଙ୍କୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଛି। ଗିରଫ ଡକାୟତଙ୍କଠାରୁ ଗୋଟିଏ ସୁନା ଚେନ୍ ଓ ୪ଟି ମୋଟର ସାଇକେଲ ଜବତ କରାଯାଇଛି। ଗିରଫ ଡକାୟତମାନେ ହେଲେ ଖଜୁରୀପଡ଼ା ଗାଁର ମୁକୁନ୍ଦ ବାଗ, ବବଲୁ ବାରିକ ଓ ମିନାପାଲି ଗାଁର ସଞ୍ଜୟ ସୁନା।

Related story