ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ଘାଟରେ ବୁଡିଲା ଡଙ୍ଗା। ଏହି ଦୁର୍ଘଟଣାରେ ୩ ଜଣ ନିଖୋଜ ଥିବା ସୂଚନା ମିଳିଛି। ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ହୁଲି ଡୋଙ୍ଗା ଯୋଗେ କିଛି ଯୁବକ ଯାଉଥିଲେ।
ତେବେ ଡଙ୍ଗାଟି କିଛି ବାଟ ଯିବାପରେ ଓଜନ ସମ୍ଭାଳି ନପାରି ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ବୁଡି ଯାଇଥିଲା।ଶେଷ ଖବର ସୁଧା ତିନି ଜଣ ନିଖୋଜ ଥିବା ବେଳେ ଚାରିଜଣ ପହଁରି ପହଁରି କୁନନ୍ଦେଇପୁର ଘାଟରେ ପହଞ୍ଚି ଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।