ଭିଜିଲାନ୍ସ ଜାଲରେ ପଡ଼ିଲେ ୩ ଯନ୍ତ୍ରୀ

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀଙ୍କୁ ଗତକାଲିଠୁ ଭିଜିଲାନ୍ସ ଅଟକ ରଖିଛି । ଅଟକ ଯନ୍ତ୍ରୀମାନେ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା। ସୂଚନାଯୋଗ୍ୟ, ନିଜ ଅଫିସ ବୋଲେରୋରେ ଏକ ବ୍ୟାଗରେ ୩ଲକ୍ଷ ୧୧ ହଜାର ଟଙ୍କା ନେଇ ଏହି ୩ ଯନ୍ତ୍ରୀ ନବରଙ୍ଗପୁରଠାରୁ ପାପଡ଼ାହାଣ୍ଡି ଅଭିମୁଖେ ଯାଉଥିଲେ। ମାତ୍ର  ବିଶ୍ଵସ୍ତ ସୂତ୍ରରୁ ଖବର ପାଇ […]

naba

Niharika Rout
  • Published: Friday, 18 December 2020
  • , Updated: 18 December 2020, 08:10 AM IST

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀଙ୍କୁ ଗତକାଲିଠୁ ଭିଜିଲାନ୍ସ ଅଟକ ରଖିଛି । ଅଟକ ଯନ୍ତ୍ରୀମାନେ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା।

ସୂଚନାଯୋଗ୍ୟ, ନିଜ ଅଫିସ ବୋଲେରୋରେ ଏକ ବ୍ୟାଗରେ ୩ଲକ୍ଷ ୧୧ ହଜାର ଟଙ୍କା ନେଇ ଏହି ୩ ଯନ୍ତ୍ରୀ ନବରଙ୍ଗପୁରଠାରୁ ପାପଡ଼ାହାଣ୍ଡି ଅଭିମୁଖେ ଯାଉଥିଲେ। ମାତ୍ର  ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ନବରଙ୍ଗପୁର ଭିଜିଲାସନ୍ସ ଟିମ୍‌ ଗାଡିକୁ ଅଟକାଇଥିଲା। ଯାଞ୍ଚ ସମୟରେ ବୋଲେରୋରେ ଥିବା ଏକ ବ୍ୟାଗ ଭିତରୁ ୩ଲକ୍ଷ ୧୧ ହଜାର ଟଙ୍କା ମିଳିଥିଲା।  ପଚରାଉଚରା ସମୟରେ ଉକ୍ତ ବ୍ୟାଗଟି ପ୍ରମୋଦ କୁମାର ପ୍ରଧାନଙ୍କର ବୋଲି ଜଣାପଡ଼ିଥିଲା।

ଅପରପକ୍ଷେ, ଏହି ୩ ଯନ୍ତ୍ରୀ ଏତେ ଟଙ୍କା କେଉଁଠୁ ଆଣିଲେ ଓ ସନ୍ଧ୍ୟା ସମୟରେ ଅଫିସ ବୋଲେରୋରେ ଟଙ୍କା ଧରି କେଉଁଆଡେ ଯାଉଥିଲେ, ତାହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ତନାଘନା ଚଲାଇଛି।

Related story