ହାଇଦର ଫେରାର ପଛରେ ୩ ଯୁବତୀ ! କ’ଣ ଥିଲା ଭୂମିକା ?

କଟକ(ଓଡ଼ିଶା ରିପୋର୍ଟର) ହାଇଦରକୁ କରୋନା । RT-PCR ଟେଷ୍ଟ ପରେ ଗ୍ୟାଙ୍ଗଷ୍ଟର ହାଇଦର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ଏବେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ରିମାଣ୍ଡରେ ଆଣିବାକୁ ପୁଣି ଆବେଦନ କରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଚୌଦ୍ୱାର ଜେଲର ଆଇସୋଲେସନ ଓ୍ୱାର୍ଡରେ ଥିବା ହାଇଦରକୁ ଚିକିତ୍ସା ପାଇଁ ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ହସ୍ପିଟାଲ ପଠାଇ ପାରିବେ।  ସେପଟେ ହାଇଦରକୁ ଧରିଥିବା […]

790

790

Tapas Behera
  • Published: Saturday, 17 April 2021
  • Updated: 17 April 2021, 07:31 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) ହାଇଦରକୁ କରୋନା । RT-PCR ଟେଷ୍ଟ ପରେ ଗ୍ୟାଙ୍ଗଷ୍ଟର ହାଇଦର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ଏବେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ରିମାଣ୍ଡରେ ଆଣିବାକୁ ପୁଣି ଆବେଦନ କରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଚୌଦ୍ୱାର ଜେଲର ଆଇସୋଲେସନ ଓ୍ୱାର୍ଡରେ ଥିବା ହାଇଦରକୁ ଚିକିତ୍ସା ପାଇଁ ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ହସ୍ପିଟାଲ ପଠାଇ ପାରିବେ।  ସେପଟେ ହାଇଦରକୁ ଧରିଥିବା ବାଦାମବାଡ଼ି ଥାନା ଆଇଆଇସି ରଶ୍ମି ମହାପାତ୍ର ଏବଂ ଆଉ କିଛି ପୁଲିସ କର୍ମଚାରୀ ମଧ୍ୟ ଆଇସୋଲେସନରେ ରହିଛନ୍ତି। ପୂର୍ବରୁ କୋର୍ଟଙ୍କ ଅନୁମତି ଅନୁୟାୟୀ ମଙ୍ଗଳବାବାଗ ପୁଲିସ ଆଜିଠୁ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାର ଥିଲା। କିନ୍ତୁ କରୋନା ସଂକ୍ରମିତ ହେବା ଯୋଗୁ ରିମାଣ୍ଡକୁ ସ୍ଥଗିତ ରଖିଛି ପୁଲିସ।

ଅନ୍ୟପଟେ ହାଇଦର ଲିଙ୍କରେ ଥିବା ୩ ଯୁବତୀଙ୍କୁ ମାରାଥନ ଜେରା କରିଛି ପୁଲିସ। ଏହି ଯୁବତୀ ମାନେ ହାଇଦର ସହ ଫୋନରେ କଥା ହେଉଥିଲେ । ଏମାନଙ୍କ ଫୋନ ଟ୍ରାକିଂ ବେଳେ ଜଣାପଡ଼ିଥିଲା ହାଇଦରର ଲୋକେସନ୍।  ଏହି ଯୁବତୀଙ୍କ ଲିଙ୍କରେ ଥିବା ଅନ୍ୟ ୩ ଜଣଙ୍କୁ ବି ଅଟକ ରଖି ପୁଲିସ ପଚରାଉଚରା କରିଛି।  ଅନ୍ୟପଟେ ଫେରାର ହାଇଦରକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲେ ବି ଏହା ପଛର ଥିବା ଷଡ଼ଯନ୍ତ୍ରକୁ ପଦାକୁ ଆଣିବା ଦିଗରେ ତଦନ୍ତ ହେବା ଆବଶ୍ୟକ ବୋଲି ମତ ଆସୁଛି।

ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ଜେଲ୍‌ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ଏପ୍ରିଲ୍‌ ୧୦ ତାରିଖ ଅପରାହ୍ଣ ୪ଟାରୁ ସାଢ଼େ ୪ଟା ମଧ୍ୟରେ କଟକ ବଡ଼ ଡାକ୍ତରଖାନାରୁ ସେ ଫେରାର ହୋଇଯାଇଥିଲା।

ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁଯାୟୀ, ଜଗିଥିବା ଗାର୍ଡଙ୍କୁ ନିଶାଗ୍ରସ୍ତ କରି ସେ ଖସି ପଳାଇଥିଲା। ତେବେ ୧୨୦ ଘଣ୍ଟାର ଅପରେସନ୍ ପରେ ତାକୁ ଗୁରୁବାର ଦିନ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ତାକୁ ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା ଏବଂ କୋର୍ଟରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟ ୭ ଦିନ ପାଇଁ ତାକୁ ରିମାଣ୍ଡରେ ନେବାକୁ ମଙ୍ଗଳାବାଗ ପୁଲିସ୍‌କୁ ଅନୁମତି ଦେଇଥିଲେ।

ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos