ଶିକାର କରିବାକୁ ଆସି ଧରାହେଲେ ୩ ଶିକାରୀ

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କାନାଳ ଜିଲ୍ଲା କପିଳାସ ବନାଞ୍ଚଳରୁ ମିଳିଲା ଜୀବଜନ୍ତୁଙ୍କ ବିପୁଳ ପରିମାଣର ଦେହାବଶେଷ। କପିଳାସ ଅଭୟାରଣ୍ୟର କମ୍ପାର୍ଟମେଣ୍ଟ-୧୨ରେ ଶିକାର କରିବାକୁ ଆସିଥିବା ୩ ଶିକାରୀଙ୍କୁ ବନବିଭାଗ ଚଢ଼ାଉ କରି ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ନିକଟସ୍ଥ ଗାଁର ଲକ୍ଷ୍ମୀଧର ମୁର୍ମୁ, ଲକ୍ଷ୍ମଣ ସୋରେନ ଓ କାନୁ କିସ୍କୁ । ଏମାନଙ୍କ ନିକଟରୁ ହରିଣ ଶିଙ୍ଗ, ବାରହା ଦାନ୍ତ, କଇଁଛ ଖୋଳ ଓ କିଛି ଅଜଣା ଜନ୍ତୁର କଙ୍କାଳ ଜବତ ହୋଇଛି । ଏଥିସହ […]

Hunter

Madhupriya Mistry
  • Published: Friday, 18 December 2020
  • , Updated: 18 December 2020, 04:15 PM IST

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କାନାଳ ଜିଲ୍ଲା କପିଳାସ ବନାଞ୍ଚଳରୁ ମିଳିଲା ଜୀବଜନ୍ତୁଙ୍କ ବିପୁଳ ପରିମାଣର ଦେହାବଶେଷ। କପିଳାସ ଅଭୟାରଣ୍ୟର କମ୍ପାର୍ଟମେଣ୍ଟ-୧୨ରେ ଶିକାର କରିବାକୁ ଆସିଥିବା ୩ ଶିକାରୀଙ୍କୁ ବନବିଭାଗ ଚଢ଼ାଉ କରି ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ନିକଟସ୍ଥ ଗାଁର ଲକ୍ଷ୍ମୀଧର ମୁର୍ମୁ, ଲକ୍ଷ୍ମଣ ସୋରେନ ଓ କାନୁ କିସ୍କୁ ।

ଏମାନଙ୍କ ନିକଟରୁ ହରିଣ ଶିଙ୍ଗ, ବାରହା ଦାନ୍ତ, କଇଁଛ ଖୋଳ ଓ କିଛି ଅଜଣା ଜନ୍ତୁର କଙ୍କାଳ ଜବତ ହୋଇଛି । ଏଥିସହ ଶିକାରୀମାନେ ଜନ୍ତୁ ଶିକାର ପାଇଁ ବ୍ୟବହାର କରୁଥିବା ଦେଶୀ ବନ୍ଧୁକ, ଧନୁ ତୀର, ମେଟାଲ ଫାସ, ଚାପଡ ଓ ଲାଇଟ ଆଦିକୁ ଜବତ କରାଯାଇଥିବା ନେଇ ଢ଼େଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି ।

Related story