ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜାଳି ଦେଲେ

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବ୍ରହ୍ମପୁରା ନିକଟରେ ଏକ ଦୁର୍ଘଟଣା ହେବା ପରେ ବସ୍ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ବସ୍ ଧକ୍କାରେ ୨ଜଣ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଏକ ବାଇକ୍‌ରେ ସେମାନେ ଯାଉଥିବା ବେଳେ ଯାତ୍ରୀବାହୀ ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ଓ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ […]

bus

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 02:06 PM IST

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବ୍ରହ୍ମପୁରା ନିକଟରେ ଏକ ଦୁର୍ଘଟଣା ହେବା ପରେ ବସ୍ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ବସ୍ ଧକ୍କାରେ ୨ଜଣ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଏକ ବାଇକ୍‌ରେ ସେମାନେ ଯାଉଥିବା ବେଳେ ଯାତ୍ରୀବାହୀ ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ଓ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି।

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ବସ୍‌କୁ ଭଙ୍ଗାରୁଜା କରିବା ସହ ବସ୍‌କୁ ପୋଡ଼ିଦେଇଥିଲେ।

Related story