ହାଇୱା-ବାଇକ୍‌ ମୁହାଁମୁହିଁ ଧକ୍କା; ତିନି ଆହତ

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ବିଏସ୍‌ଏନ୍ଏଲ୍‌ ଅଫିସ୍ ନିକଟରେ ହାଇୱା ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଟିଟିଲାଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ହସପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆହତମାନେ ହେଲେ ସୁଜନ ମହାକୁଡ, କରଣ ରାୟ ଓ ରିତେଶ ସାହୁ । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୁର୍ଘଟଣା ଘଟିଥିଲା। ହାଇୱାଟି ବାନ୍ଦୁପଲା ପଟୁ  ଆସୁଥିଲା। […]

rqoad-accdent,,,,,,,,,,,,,,,

Tapaswini Nayak
  • Published: Friday, 21 June 2019
  • , Updated: 21 June 2019, 08:20 AM IST

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ବିଏସ୍‌ଏନ୍ଏଲ୍‌ ଅଫିସ୍ ନିକଟରେ ହାଇୱା ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଟିଟିଲାଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ହସପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଆହତମାନେ ହେଲେ ସୁଜନ ମହାକୁଡ, କରଣ ରାୟ ଓ ରିତେଶ ସାହୁ । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୁର୍ଘଟଣା ଘଟିଥିଲା।

ହାଇୱାଟି ବାନ୍ଦୁପଲା ପଟୁ  ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍‌ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ ଥିବା ସୁଜନ, କରଣ ଓ ରିତେଶ ତଳକୁ ଛିଟିକି ପଡ଼ିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Related story