କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟି ଜିଲ୍ଲା ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ । ୩ଲକ୍ଷ ୨୮ ହଜାର ୩ଶହ ଟଙ୍କାର ଜାଲ ନୋଟ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଘଟଣାରେ ଏସଟିଫ୍ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ଆନନ୍ଦପୁର ଲେକିଗଡାର ଅନାମ ଖିଲ ।
ଅନାମ ଖିଲ ଜାଲ ନୋଟର ବେଆଇନ୍ କାରବାର ଚଲାଉଥିବା ନେଇ ଏସଟିଏଫକୁ ବିଶ୍ୱସ୍ତ ସ୍ୱତ୍ରରୁ ଖବର ମିଳିବା ପରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଅନାମ ଠାରୁ ବିପୁଳ ପରିମାଣର ଜାଲ ନୋଟ ମିଳିବା ସହ ବିଭିନ୍ନ ପ୍ରକାର ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି ଏସଟିଏଫ । ପୁଲିସ ଏନେଇ ସୁନାବେଡ଼ା ଥାନାରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛି ।