ଜୟପୁର(ଟି.ଗୌରୀଶଙ୍କର): ରେଳ ଧାରଣାରୁ ଗୋଟିଏ ପରିବାର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା କୋରାପୁଟ୍ ଜିଲ୍ଲାରେ ଘଟିଛି। ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ଜଣାପଡ଼ି ନାହିଁ। ରେଳବାଇ ପୁଲିସ ଓ ଲକ୍ଷ୍ମୀପୁର ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତକମାନେ ହେଲେ ପୁଡାପାଡୁ ଗାଁର ମାର୍କଣ୍ଡ ବିଶୋଇ ଓ ତାଙ୍କ ୧୨ ବର୍ଷର ପୁଅ ଏବଂ ୯ ବର୍ଷ ଝିଅ। ସିଙ୍ଗାରମ ରେଳ ଲାଇନରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।