ଚାଲିଗଲା ୩ ଜୀବନ, ୨ ଆହତ

ରାଇରଙ୍ଗପୁର/ଭଦ୍ରକ (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝୋଲଡୁଗୁରୀ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ଦ୍ବୟ ହେଲେ- ସାଏବା ହାଁସଦା (୨୫) ଓ ଭରତ ଚନ୍ଦ୍ର ହାଂସଦା। ସେମାନଙ୍କ ଘର ଯଶୀପୁରର ନୁହାବାଡ଼ିଆ ଗାଁରେ। ଏହି ତିନି ଯୁବକ ଗୋଟିଏ ବାଇକରେ ବିଳମ୍ବିତ ରାତିରେ ନୁହାବାଡ଼ିଆକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। […]

deadbody

Tapaswini Nayak
  • Published: Monday, 07 December 2020
  • , Updated: 07 December 2020, 01:25 PM IST

ରାଇରଙ୍ଗପୁର/ଭଦ୍ରକ (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝୋଲଡୁଗୁରୀ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମୃତ ଯୁବକ ଦ୍ବୟ ହେଲେ- ସାଏବା ହାଁସଦା (୨୫) ଓ ଭରତ ଚନ୍ଦ୍ର ହାଂସଦା। ସେମାନଙ୍କ ଘର ଯଶୀପୁରର ନୁହାବାଡ଼ିଆ ଗାଁରେ।

ଏହି ତିନି ଯୁବକ ଗୋଟିଏ ବାଇକରେ ବିଳମ୍ବିତ ରାତିରେ ନୁହାବାଡ଼ିଆକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଭାରସାମ୍ୟ ହରାଇ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସାଏବା ଓ ଭରତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଯୁବକଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଦାମପାହାଡ଼ ପୁଲିସ୍ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି।

ସେହିପରି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଓଭରବ୍ରିଜ୍ ନିକଟରେ ଏକ ବାଇକ୍ ଓ ପିକ୍ପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଆଉ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାଁ ଶୁଭଳ କୁମାର ପେଡ଼ା। ଆହତ ବ୍ୟକ୍ତିଙ୍କ ନାଁ ବାଇଧର ଜେନା। ଏହି ଦୁଇ ଜଣ କୋରଣ୍ଟ ଗାଁକୁ ଯାଉଥିବା ବେଳେ ରାନ୍ଦିଆ ଓଭରବ୍ରିଜ୍ ନିକଟରେ ଅପର ପାର୍ଶ୍ଵରୁ ଆସୁଥିବା ପିକଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଶୁଭଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପିକଅପ ଭ୍ୟାନ୍ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଅଟକ ରଖି ଗ୍ରାମାଞ୍ଚଳ ପୁଲିସ୍ ଜିମାରେ ଦେଇଥିଲେ।

Related story