Advertisment

କରୋନା କାଳରେ ନକଲି ଔଷଧ ବିକି ବନ୍ଧା ହେଲେ ୩

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରି କରୋନା କାଳରେ ନକଲି ଔଷଧ କାରବାର କରିବା ମାମଲାରେ ୩ ଜଣ ବନ୍ଧା ହୋଇଛନ୍ତି। ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ ଏହି କମ୍ପାନୀର ୨ ସଦସ୍ୟଙ୍କୁ STF ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷରୁ ଅଧିକ ଟଙ୍କା ଫ୍ରିଜ୍‌ କରାଯାଇଛି। ଏବେ ଘଟଣାର ତଦନ୍ତ ଜାରି ରହିଥିବା […]

ଅଦ୍ୟତନ ହୋଇଛି
କରୋନା କାଳରେ ନକଲି ଔଷଧ ବିକି ବନ୍ଧା ହେଲେ ୩

IPS-Yashwant-Jethwa

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରି କରୋନା କାଳରେ ନକଲି ଔଷଧ କାରବାର କରିବା ମାମଲାରେ ୩ ଜଣ ବନ୍ଧା ହୋଇଛନ୍ତି। ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ ଏହି କମ୍ପାନୀର ୨ ସଦସ୍ୟଙ୍କୁ STF ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷରୁ ଅଧିକ ଟଙ୍କା ଫ୍ରିଜ୍‌ କରାଯାଇଛି। ଏବେ ଘଟଣାର ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି।

Advertisment

ତଦନ୍ତ ବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ ଜବତ ହୋଇଥିବା ମେଡିସିନ୍‌ର ଗୋଟିଏ ଷ୍ଟ୍ରିପ୍‌ର ଦାମ ୬୫ ଟଙ୍କା ଥିବା ବେଳେ ଏହାକୁ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରାଯାଉଥିଲା। ଏହି ଘଟଣାରେ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢଉ କରୁଛି। ଏବେ ୩ଟି ଟିମ୍‌ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢଉ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱା କହିଛନ୍ତି। ତେବେ ଗିରଫ ହୋଇଥିବା ନିର୍ଦ୍ଦେଶିକା ଫେରାର ଶିବ ଜେନାଙ୍କ ପତ୍ନୀ ବୋଲି ଜଣାପଡ଼ିଛି।ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ଶିବ ଜେନାଙ୍କ ସହଯୋଗୀ ହୋଇଥିବା ସୂଚନା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନା ଏବେ ମଧ୍ୟ ଫେରାର ଅଛି।

ଗତ କିଛି ଦିନ ତଳେ କଟକ କନିକା ଛକରୁ ନକଲି କରୋନା ମେଡିସିନ୍‌ ଜବତ ହୋଇଥିଲା। ଏହାର ଲିଙ୍କରେ ରାଜ୍ୟ ସାରା ଚଢ଼ଉ କରାଯାଇଥିଲା ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌। ଏହି ସମୟରେ ବିପୁଳ ପରିମାଣରେ ନକଲି ଔଷଧ ମିଳିଥିଲା। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ଏସ୍‌ଏଫ୍‌ ଘଟଣାର ତଦନ୍ତ କରୁଛି। ଆଜି ସୁଦ୍ଧା ଏସ୍‌ଟିଏଫ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛି। ଏପରିକି ମୁମ୍ୱାଇ ପୁଲିସ ହାତରେ ଧରାପଡ଼ିଥିବା ନକଲି ମେଡିସିନ୍‌ କମ୍ପାନୀ ମାକ୍ସ ରିଲିଫ୍‌ ହେଲ୍‌ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଏସ୍‌ଟିଏଫ୍‌ ଜେରା କରିଥିବା ଜଣାପଡ଼ିଛି

Advertisment
Fake Medicine Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe