ଗୋ’ଚାଲାଣ ରାକେଟରେ ମିଳିଲା ପୁଲିସ୍‌ ଲିଙ୍କ, ୩ ନିଲମ୍ବିତ

ବାରିପଦା(ମାଣିକ ଲାଲ ପାଣି): “୬ ଜଣ ଅଫିସରଙ୍କ ପାଇଁ ୩୦ ହଜାର ଦିଅ। ତମ ଗାଡ଼ି ସୁରୁଖୁରରେ ସୀମା ପାର୍‌ ହୋଇଯିବ । କେହି ଟେର ବି ପାଇବେନି।” ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଜଣେ ପୁଲିସ୍‌ ଅଧିକାରୀ  ଓ ଜଣେ ଗୋରୁ ଦଲାଲଙ୍କ ବାର୍ତ୍ତାଳପର ଏପରି ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଫଳରେ ପଦାରେ ପଡ଼ିଛି ଗୋ’ଚାଲାଣ ରାକେଟରେ ପୁଲିସ୍‌ ଲିଙ୍କ ।  ଏପରି ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି  ଆକ୍ସନ […]

police

Niharika Rout
  • Published: Thursday, 05 May 2022
  • , Updated: 05 May 2022, 08:57 AM IST

ବାରିପଦା(ମାଣିକ ଲାଲ ପାଣି): “୬ ଜଣ ଅଫିସରଙ୍କ ପାଇଁ ୩୦ ହଜାର ଦିଅ। ତମ ଗାଡ଼ି ସୁରୁଖୁରରେ ସୀମା ପାର୍‌ ହୋଇଯିବ । କେହି ଟେର ବି ପାଇବେନି।” ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଜଣେ ପୁଲିସ୍‌ ଅଧିକାରୀ  ଓ ଜଣେ ଗୋରୁ ଦଲାଲଙ୍କ ବାର୍ତ୍ତାଳପର ଏପରି ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଫଳରେ ପଦାରେ ପଡ଼ିଛି ଗୋ’ଚାଲାଣ ରାକେଟରେ ପୁଲିସ୍‌ ଲିଙ୍କ ।  ଏପରି ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି  ଆକ୍ସନ ମୁଡ୍‌କୁ ଆସି ଝାରପୋଖରିଆ ଥାନାର ୩ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।

୩ ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଦୁଇ ଜଣ ଏଏସଆଇ ଏବଂ ଜଣେ କନଷ୍ଟେବଳ ଥିବା ଜଣାଯାଇଛି ସେମାନେ ହେଲେ ଏଏସଆଇ ସ୍ମୃତି ରଂଜନ ସ୍ୱାଇଁ, ଚନ୍ଦନ ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲବାବୁ ।  ଏହି ୩ ଜଣଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବିତ  କରାଯାଇଥିବା ମୟୂରଭଞ୍ଜ ଜିଲ୍ଲା ଆଡିସନାଲ ଏସିପି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ନିଳମ୍ବିତ ପୁଲିସ୍‌  କର୍ମଚାରୀଙ୍କ ମଧ୍ୟରୁ ଜଣେ ଏଏସ୍ଆଇ ଗତ କିଛି ଦିନ ତଳେ ଜଣେ ଗୋରୁ ବେପାରୀଙ୍କ ସହ ଗୋରୁ ଚାଲାଣ ନେଇ ଡିଲ୍ କରୁଥିବାର ଅଡିଓ ଭାଇରାଲ ହୋଇଥିଲା । ଅଡିଓରେ ସଂପୃକ୍ତ ଏଏସ୍ଆଇଜଣଙ୍କ ଗୋରୁ ବୋଝେଇ ଗାଡ଼ିକୁ ଓଡ଼ିଶା ସୀମା ପାର କରାଇ ଦେବା ପାଇଁ ମୋଟା ଅଙ୍କର ଅର୍ଥ ଡିଲ୍‌ କରିଥିଲେ । ଏହି ଅର୍ଥ ସମୁଦାୟ ୬ ଜଣ ଅଧିକାରୀଙ୍କ ମଧ୍ୟରେ  ଭାଗବଣ୍ଟା ହେବ । ଏହାପରେ ଗାଡ଼ି ସୁରଖୁରରେ ସୀମା କରି ପଳାଇ ଯାଇ ପାରିବ ବୋଲି ପୁଲିସ୍‌ ବାବୁଜଣକ ଦଲାଲଙ୍କୁ କହୁଥିବା ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି।

ଏହି  ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ଆସିବା ପରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବେ ସୁଦ୍ଧା ୩ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଭାଇରାଲ ଅଡିଓରେ କୁହାଯାଇଥିବା ଅନ୍ୟ ଅଧିକାରୀଙ୍କ ବିରୋଧରେ ବି ଯାଞ୍ଚ ହେବ ।  ଉପଯୁକ୍ତ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଏସ୍‌ପି।

Related story