ବିଜୁଳି କାଟରୁ ବଚସା; ୩ RPF ଯବାନଙ୍କ ସମେତ ୪ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ବିଜୁଳି କାଟକୁ ନେଇ ହୋଇଥିବା ବଚସା ଘଟଣାରେ ୪ଜଣ  ଗିରଫ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ ୩ ଜଣ RPF  ଯବାନ  ଅଛନ୍ତି। ଗତ ମେ’ ୨୯ ତାରିଖରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦୀର୍ଘ ସମୟ ଧରି ଲାଇନ୍‌ କାଟ ହୋଇଥିଲା। ଘରେ ଲାଇନ୍‌ ନ ଥିବାରୁ ଉତ୍ତ୍ୟକ୍ତ ହୋଇ ୩ ଯବାନ ଓ ଜଣେ ରେଳବାଇ କର୍ମଚାରୀ ARMଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଇଲେକ୍ଟ୍ରିକାଲ ଡିଭିଜନାଲ ମୁଖ୍ୟଙ୍କୁ […]

arrest-2

Niharika Rout
  • Published: Wednesday, 10 June 2020
  • , Updated: 10 June 2020, 10:07 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ବିଜୁଳି କାଟକୁ ନେଇ ହୋଇଥିବା ବଚସା ଘଟଣାରେ ୪ଜଣ  ଗିରଫ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ ୩ ଜଣ RPF  ଯବାନ  ଅଛନ୍ତି।

ଗତ ମେ’ ୨୯ ତାରିଖରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦୀର୍ଘ ସମୟ ଧରି ଲାଇନ୍‌ କାଟ ହୋଇଥିଲା। ଘରେ ଲାଇନ୍‌ ନ ଥିବାରୁ ଉତ୍ତ୍ୟକ୍ତ ହୋଇ ୩ ଯବାନ ଓ ଜଣେ ରେଳବାଇ କର୍ମଚାରୀ ARMଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଇଲେକ୍ଟ୍ରିକାଲ ଡିଭିଜନାଲ ମୁଖ୍ୟଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏନେଇ ଉଭୟ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଗତ ରାତିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅପରପକ୍ଷେ ଗିରଫ ଜଣେ ଯବାନଙ୍କ ସମ୍ପର୍କୀୟ  ARM ଓ ଇଲେକ୍ଟ୍ରିକାଲ ଡିଭିଜନାଲ ମୁଖ୍ୟଙ୍କ ନାଁରେ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ପୁଲିସ୍‌ ଏହାର ବି ଖୋଳତାଡ଼ କରୁଛି।

Related story