ଅଭାବନୀୟ: ଖାଦ୍ୟ ଖାଇବା ପରେ ଚାଲିଗଲେ ୩ ଭଉଣୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗଞ୍ଜାମ ଦିଗପହଣ୍ଡିରେ ଅଭାବନୀୟ ଘଟଣା। ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ୩ ଭଉଣୀଙ୍କ ମୃତ୍ୟୁ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ତିନି ଭଉଣୀ। ଏହି ୩ ଭଉଣୀ ହେଲେ ଶୁଭଲକ୍ଷ୍ମୀ, ପ୍ରୀତି ଏବଂ ବର୍ଷା ରେଡ୍ଡୀ । ଏହି ସମସ୍ତଙ୍କ ବୟସ ୬, ୭ ଏବଂ ୧୧ ବର୍ଷ ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିରେ ଅଜା ଘରେ ରହି ଏମାନେ ସମସ୍ତେ ପଢୁଥିଲେ। ଏମାନଙ୍କ ଘର ସାନଖେମୁଣ୍ଡି ମାଟିଆ […]

b-9087

Tapas Behera
  • Published: Saturday, 28 December 2019
  • , Updated: 28 December 2019, 03:44 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗଞ୍ଜାମ ଦିଗପହଣ୍ଡିରେ ଅଭାବନୀୟ ଘଟଣା। ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ୩ ଭଉଣୀଙ୍କ ମୃତ୍ୟୁ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ତିନି ଭଉଣୀ। ଏହି ୩ ଭଉଣୀ ହେଲେ ଶୁଭଲକ୍ଷ୍ମୀ, ପ୍ରୀତି ଏବଂ ବର୍ଷା ରେଡ୍ଡୀ । ଏହି ସମସ୍ତଙ୍କ ବୟସ ୬, ୭ ଏବଂ ୧୧ ବର୍ଷ ହୋଇଥିବା ଜଣାପଡ଼ିଛି।

ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିରେ ଅଜା ଘରେ ରହି ଏମାନେ ସମସ୍ତେ ପଢୁଥିଲେ। ଏମାନଙ୍କ ଘର ସାନଖେମୁଣ୍ଡି ମାଟିଆ ବୋରେଇ ଗାଁରେ। ଗତକାଲି ଘରେ କିଛି ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ସମସ୍ତେ । ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏହି ଅଘଟଣ ହୋଇଥିବା ସନ୍ଦେହ କରାଯାଉଛି।

Related story