ବାଲେଶ୍ୱର( ଓଡ଼ିଶା ରିପୋର୍ଟର ) : ୨୪ ଘଣ୍ଟାରୁ ଊର୍ଦ୍ଦ୍ୱ ସମୟ ବିତିଲାଣି। ବାପାମା’ଙ୍କ ମନରେ ଛନକା ପଶିଲାଣି। କାଲିଠୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି ୩ ଛାତ୍ର। ସେମାନେ ହେଲେ ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ଶିବ ନାରାୟଣ ଦାସ, ଚିନ୍ମୟ ଦାସ ଓ ଶୁଭଙ୍କର ଦାସ । ଗତକାଲି ଶନିବାର ଥିବାରୁ ସେମାନେ ସକାଳେ ଘରୁ ବାହାରି ସ୍କୁଲ ଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ।
ସେମାନେ ସ୍କୁଲ ଯାଇଥିଲେ ବି ସେଠାରେ ପିଲାଙ୍କ ପତ୍ତା ପାଇ ପାରି ନ ଥିଲେ। ପରେ ପରିବାର ଲୋକ ଓ ଗ୍ରାମବାସୀ ରେମୁଣା ତଥା ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଥାନାରେ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ତିନି ଜଣଯାକ ଛାତ୍ର ଘରକୁ ଫେରି ନାହାନ୍ତି। ସମସ୍ତେ ରେମୁଣା ଉଡ଼ମ୍ବର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।